ଖୁବଶୀଘ୍ର କୋଭାକ୍ସିନ୍କୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତି
ନୂଆଦିଲ୍ଲୀ : ଭାରତର ଦେଶୀ ଟିକା କୋଭାକ୍ସିନ ତିଆରି କରୁଥିବା ଭାରତ ବାୟୋଟେକ ପାଇଁ ଖୁସି ଖବର । କୋଭାକ୍ସିନର ଟ୍ରାଏଲ ଡାଟା ଭଲ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ । ସ୍ୱାମୀନାଥନଙ୍କ କହିବା ଅନୁସାରେ, କୋଭାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଭଲ ଅଛି ଓ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିରାପତ୍ତା ସମ୍ପର୍କୀୟ ମାନଦଣ୍ଡକୁ ପୂରଣ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଭାରତ ବାୟୋଟେକ ମଧ୍ୟରେ ଏକ ବୈଠକ ଜୁନ ୨୩ରେ ହୋଇଥିଲା ଏବଂ ଏହାର ଟ୍ରାଏଲ ଡାଟାକୁ ଏବେ ଏକତ୍ରିତ କରାଯାଉଛି ।
ସେହିପରି କୋଭାକ୍ସିନର ପ୍ରଭାବ ଅଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକଙ୍କ ଏହି ମନ୍ତବ୍ୟ ପରେ କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରିି ମିଳିବା ଆଶା ଅଧିକ ହୋଇଛି । ବର୍ତ୍ତମାନ କୋଭାକ୍ସିନର ତୃତୀୟ ଟ୍ରାଏଲ ସରିଛି । ଭାରତ ବାୟୋଟେକର ଦାବି ଅନୁସାରେ, ଏହି ଟିକା ଗୁରୁତର ରୋଗୀ ଓ ଡେଲଟା ଭାରିଆଣ୍ଟ୍ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହେଉଛି । ତୃତୀୟ ତଥା ଶେଷ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭାକ୍ସିନ ୭୭.୮ ପ୍ରତିଶତ ପ୍ରଭାବୀ ବୋଲି କହିଛି ଭାରତ ବାୟୋଟେକ ।