କରୋନା ଦ୍ୱିତୀୟ ଲହରିର ନୂଆ ଲକ୍ଷଣ
ନୂଆଦିଲ୍ଲୀ : ଦ୍ୱିତୀୟ ଲହରିରେ ଆଖି ଲାଲ୍ ହେବା, ପେଟ ଦରଜ, ବାନ୍ତି, ଭୋକ ନ ଲାଗିବା ଭଳି ନୂଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି । ଏଥିସହ ଗଳା ଖରାପ ହେବା ସହ ଡାଇରିଆ, ବାନ୍ତି ହେବା ସହ ପେଟ ଦରଜ ପରି ଲକ୍ଷଣ ଦେଖାଦେଉଛି ।।
କରୋନାର ପ୍ରଥମ ଲହର ସଂକ୍ରମଣ ସମୟରେ କାଶ, କଫ, ଜ୍ୱର ହେବା ସହ ଦେହ ଦରଜ, ନିମୋନିଆ ପରି ଲକ୍ଷଣ ଦେଖାଦେଉଥିଲା । ଏହା ପରେ ବିଭିନ୍ନ ଅଙ୍ଗ କ୍ରମଶଃ ଅଚଳ ହୋଇଯାଉଥିଲା । ଏବେ ମଧ୍ୟ କରୋନା ହେଲେ ନିମୋନିଆ ହେବ। ଏଥିସହ ଆଖି ଲାଲ ହେବ, ଖାଦ୍ୟ ଟେଷ୍ଟ ଆସିବନି, ପେଟ ଦରଜ ହେବ, ବାନ୍ତି ହେବ, ଡାଇରିଆ ହେବ, ଭୋକ ଲାଗିବନି ପରି ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ଡ. ଅଶୋକ ମହାପାତ୍ର।