ସମବାୟ ଜନସଚେତନତା ସମାରୋହ ଓ ସମ୍ବର୍ଦ୍ଧନା ସଭା

କଟକ : ବାଲୁବଜାରସ୍ଥିତ ଓଡିଶା ସମବାୟ ସୁରକ୍ଷା ସଂଘ ପକ୍ଷରୁ ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ଚଳିତ ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗାନ୍ଧୀଭବନ ସଭାଗୃହରେ ସଂଘ ପକ୍ଷରୁ ୧୬ତମ ରାଜ୍ୟ ସ୍ତରୀୟ ସମବାୟ ଜନସଚେତନତା ସମାରୋହ ଓ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୂଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଓ.ସି.ଏସ.-୧, ପ୍ରଶାସକ ଓଡିଶା ରାଜ୍ୟ ସମବାୟ ୟୁନିୟନ, ଲକ୍ଷ୍ମୀଧର ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ସମାଜସେବୀ ବିଶ୍ୱଜିତ ମହାନ୍ତି, ଓଡିଶା ସମବାୟ ସୁରକ୍ଷା ସଂଘ ସଭାପତି ରଘୁନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ପ୍ରକାଶିତ ପାକ୍ଷୀକ ସମ୍ବାଦପତ୍ର ସମବାୟିକାର ବାର୍ଷିକ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଲୋକାର୍ପଣ କରାଯାଇଥିଲା । ଏଥି ସହିତ ସମବାୟିକା ରିଲିଫ ଫଣ୍ଡ ନାମରେ ଏକ ଯୋଜନା ମୁଖ୍ୟ ଅତିଥିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା, ଯାହାକି ଆଗାମୀ ଦିନରେ ସମବାୟ ଆନ୍ଦୋଳନ ସହିତ ଜଡିତ ଥିବା ଆର୍ଥିକ ଅଭାବଗ୍ରସ୍ତ ଅଂଶୀଦାର ଭାଇଭଉଣୀମାନଙ୍କୁ ଅତ୍ୟାବଶ୍ୟକ ସମୟରେ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି, ପ୍ରଭାତ ଚନ୍ଦ୍ର କାନୁନଗୋ, ବାଙ୍କି ସମବାୟ ବ୍ୟାଙ୍କର ସଭାପତି ସୁବାସ ପାଢୀ, ଅର୍ବାନ ବ୍ୟାଙ୍କ, ବାଲେଶ୍ୱର-ସଭାପତି ସୂର୍ଯ୍ୟକାନ୍ତ କର,ବୁଣାକାର ମହାସଂଘ, ଓଡିଶା, ଭୁବନେଶ୍ୱରର ଶ୍ରୀଧର ବେହେରା ଓ ଏ.ଆର.ସି.ଏସ. ସିଟି ସର୍କଲ, କଟକ ବିଚିତ୍ରାନନ୍ଦ ପଟ୍ଟନାୟଙ୍କୁ ସୁରକ୍ଷା ସମ୍ମାନ, ମହାନଗର ସମବାୟ ସମିତିର ସଂପାଦକ- ମମତା ପଣ୍ଡା, ଓ.ଏସ.ସି.ବି, ଶାଖା ପରିଚାଳକ-ପ୍ରଭାତ କୁମାର ଜେନା, ସାଇଶକ୍ତି ବହୁମୂଖୀ ସମବାୟର ସଂପାଦକ-ସୁଜାତା ମହାପାତ୍ର, କଟକ ଅର୍ବାନ କ୍ରେଡିଟର ସଂପାଦକ -ଅକ୍ଷୟ କୁମା ନାୟକ, ସେବା ବହୁମୂଖୀ ସମବାୟ ସମିତିର ସଂପାଦକ –ସୁବିତ ବେହେରା, ସହେଯାଗୀ ସମ୍ମାନ- ରଶ୍ମି ଦାସ, ହେରନ ଚନ୍ଦ୍ର ରଣା, ପ୍ରସନ୍ଜିତ ଦେ, ଲୋକନାଥ ରଣା-ବାଲେଶ୍ୱର, ନିଖିଳ ଓଡିଶା ସମବାୟ ସମିତି କର୍ମଚାରୀ ସଂଘର ଉପ-ସଭାପତି- ଶ୍ରୀଧର ଚୈାଧୁରୀ, ସାଧାରଣ ସଂପାଦକ- ରାଧାମୋହନ ସାମଲ, ଉତ୍କଳ ଭୂଷଣ ରାଉତ, ସାନ୍ତୁନ ସେନାପତି, ଭରତ ଚନ୍ଦ୍ର ଶତପଥି, ସୁଧାଶୁଂଶଖର ପଣ୍ଡା, ପ୍ରତିଭା ସମ୍ମାନ, ସେହିପରି ସାହିତ୍ୟ ସମ୍ମାନ, ସାମ୍ବାଦିକ ସମ୍ମାନ ଆଦିରେ ୫୦ଜଣରୁ ଉର୍ଦ୍ଧ କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ ଆଦିର ବିଭିନ୍ନ ସମବାୟ ଅନୁଷ୍ଠାନର ସଭାପତି,କର୍ମକର୍ତା ତଥା ସଂପାଦକ, କର୍ମଚାରୀ ମାନଙ୍କ ସହିତ କଟକ ମହାନଗର ମଧ୍ୟରେ ଥିବା ୧୦ଟି ବିଦ୍ୟାଳୟର ୨୦ଜଣଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ସଂଘର ସଂଗଠନ ସଂପାଦକ ରାଜୀବ କୁମାର ଷଢଡୀ ଅତିଥି ପରିଚୟ ପ୍ରଦାନ ଓ ସଂଘର ଉପ-ସଭାନେତ୍ରୀ ମମତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସଂଘର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ସାହୁ ଜଣାଇଛନ୍ତି ।