ଡ୍ୟୁଟି ପାଇଁ ସାଇକେଲରେ ଯାଉଥିଲେ କନଷ୍ଟେବଳ, ମାଡ଼ିଗଲା ଟ୍ରକ
![](https://thetruths.in/wp-content/uploads/2022/03/Road-Accident-4-1024x569.jpg)
କେନ୍ଦୁଝର : କେନ୍ଦୁଝର ଜିଲା ତୁରୁମୁଙ୍ଗୁ ଥାନା ଝାରବେଡ଼ା ନିକଟରେ ସଡ଼କ ଦୁର୍ଘଟଣା । ଡ୍ୟୁଟି ପାଇଁ ସାଇକେଲରେ ଥାନାକୁ ଯାଉଥିବା ବେଳେ କନଷ୍ଟେବଳଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ। ମୃତ କନଷ୍ଟେବଳ ଜଣଙ୍କ ହେଲେ ରଘୁନାଥ ମୁର୍ମୁ।
ମୟୂରଭଞ୍ଜ ଜିଲାର ଯଶିପୁର ଅଞ୍ଚଳର ବାସିନ୍ଦା ରଘୁନାଥ ତୁରୁମୁଙ୍ଗୁ ଥାନାରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ରଘୁନାଥ ସାଇକେଲରେ ଥାନାକୁ ଯାଉଥିଲେ । ରାସ୍ତା ପାର ହେଉଥିବା ବେଳେ ଝାରବେଡ଼ା ନିକଟରେ ଏକ ଦ୍ରୁତଗାମୀ ତାଙ୍କୁ ଧକ୍କା ଦେଇଥିଲା। ରଘୁନାଥ ତଳକୁ ଛିଟିକି ପଡ଼ିବାରୁ ତାଙ୍କୁ ମୁଣ୍ଡ ଉପରେ ମାଡିଯାଇଥିଲା ଟ୍ରକ୍ । ଘଟଣାସ୍ଥଳରେ ହିଁ ରଘୁନାଥଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।