ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜିବ କମିଶନରେଟ୍ ପୋଲିସ୍
ବନେଶ୍ୱର : ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଆତ୍ମହତ୍ୟା ପଛର କାରଣ ଖୋଜିବା ପାଇଁ ଭୁବନେଶ୍ୱର ପ୍ରାଚୀ ବିହାରରେ ଥିବା ତାଙ୍କ ବାସଭବନରେ ପହଂଚିଲା କମିଶନରେଟ୍ ପୋଲିସ୍ । କମିଶନରେଟ ପୋଲିସର ମହିଳା ଟିମ୍ ରାଇମୋହନଙ୍କ ଘରେ ତାଙ୍କ ପତ୍ନୀ, ୨ ଝିଅ, ଜ୍ୱାଇଁ, ପୁତୁରାଙ୍କୁ ପଚରାଉଚରା କରିଛି । ଶନିବାର ପ୍ରାୟ ୨ଘଂଟା ଧରି ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି କମିଶନରେଟ ପୋଲିସ । ଅନ୍ୟପକ୍ଷରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲାରେ ରବିବାର ମଧ୍ୟ ତଦନ୍ତ ଜାରି ରହିବ । ଆତ୍ମହତ୍ୟା ମାମଲାରେ ବିଭିନ୍ନ ଦିଗକୁ ତଦନ୍ତ ପରିସରକୁ ଅଣାଯାଇଛି । ଶେଷ ମେସେଜ ତାଙ୍କ ପତ୍ନୀଙ୍କୁ କରିଥିଲେ, ତାହାକୁ ନେଇ ତର୍ଜମା ଜାରି । ଏହାସହ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଓଲିଉଡ୍ ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତଦେହ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତାଙ୍କ ମୃତ୍ୟୁ ପରେ ଓଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ରାଇମୋହନଙ୍କ ପାର୍ôଥବ ଶରୀରରେ ତାଙ୍କର ସାନ ଝିଅ ଉଦିତା ପରିଡା ମୁଖାଗ୍ନି ଦେଇଥିଲେ ।