ଏମ୍ସରୁ ୧୨ ଜଣ ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ
![](https://thetruths.in/wp-content/uploads/2022/11/Aiims-Broker.jpg)
ଭୁବନେଶ୍ୱର : ଖଣ୍ଡଗିରି ପୋଲିସ ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡିଛି । ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ଉଦ୍ଦେଶ୍ୟରେ ଚଳା ଯାଇଥିବା ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ଏବେ ଧରପଗଡ଼ ଜାରି ରହିଛି । ଆଗକୁ ଦଲାଲଙ୍କ ଗିରଫଦାରୀ ସଂଖ୍ୟା ବଢିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଏମସ୍ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି ଭୁବନେଶ୍ୱର ଏମସ୍ ରେ ଦଲାଲଙ୍କ ପ୍ରାଦୁର୍ଭାବ ରହିଛି । ଦଲାଲମାନେ ବାହାରେ ଟିକେଟ ବିକୁଛନ୍ତି । ଲୋକଙ୍କୁ ହଇରାଣ କରୁଛନ୍ତି । କିନ୍ତୁ ଦଲାଲି କାରବାରରେ ଏମସ୍ କର୍ମଚାରୀଙ୍କ ସଂପୃକ୍ତି ସୂଚନା ନାହିଁ । ଏମସ୍ କର୍ମଚାରୀଙ୍କ ସଂପୃକ୍ତି ଜଣାପଡ଼ିଲେ ଦୃଢ କାର୍ଯ୍ୟାଷ୍ଠାନ ନିଆଯିବ ।