ବାସ୍ତୁ ଶାସ୍ତ୍ର ଅନୁସାରେ ଘର ପାଇଁ ଆପଣାନ୍ତୁ ରଙ୍ଗ, ଜାଣନ୍ତୁ ଆପଣଙ୍କ ଘର ପାଇଁ କେଉଁ ରଙ୍ଗ ଉପଯୁକ୍ତ
ଆମେ ଘରକୁ ରଙ୍ଗ କରିବା ଦ୍ୱାରା ଏହା କେବଳ ଘରର ସୌନ୍ଧର୍ଯ୍ୟ ବୃଦ୍ଧି କରିନଥାଏ ଆମ ମନ ଉପରେ ବି ଗଭୀର ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ କାନ୍ଥରେ ଲଗାଉଥିବା ରଙ୍ଗ ଘରେ ପଜେଟିଭ ଏନର୍ଜି ସହିତ ଶାରୀରିକ ସ୍ୱାସ୍ଥ୍ୟର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ। ଆମ ଘରେ ଅନେକଗୁଡିଏ ବଖରା ଥାଏ, ସେହି ଅନୁସାରେ କେଉଁ ବଖରା ପାଇଁ କେଉଁ ରଙ୍ଗ ଉପଯୁକ୍ତ ଆସନ୍ତୁ ଜାଣିବା।
ଗୃହକୁ ପ୍ରବେଶ ବେଳେ ଆମକୁ ବୈଠକ ଘର ଦେଇ ଯିବାକୁ ହୁଏ। ତେଣୁ ଏହି ଘରର ରଙ୍ଗ ଏପରି ହେବା ଆବଶ୍ୟକ ଯେଉଁଥିରୁ ଆମକୁ ଏନର୍ଜିର ଅନୁଭବ ମିଳୁଥିବ। ବୈଠକ ଘର ପାଇଁ ସବୁଠୁ ଭଲ ରଙ୍ଗ ମଧ୍ୟରେ ଆପଣ ନିଳ, ସବୁଜ ଅଥବା ହଳଦିଆ ରଙ୍ଗକୁ ଚୟନ କରିପାରନ୍ତି। ତେବେ ବୈଠକ ଘରର ଗୋଟିଏ କାନ୍ଥକୁ ଯଦି ନାଲି ରଙ୍ଗରେ ରଙ୍ଗୀନ କରାଯାଏ ତେବେ କୌଣସି ଅସୁବିଧା ହେବ ନାହିଁ। ଏମିତିରେ ନାଲି ରଙ୍ଗରୁ ପ୍ରଚୁର ଏନର୍ଜି ବାହାରିଥାଏ। ସେହିପରି ଖାଇବା ଘର ବା ଡାଇନିଂ ରୁମ ପାଇଁ ଆପଣ ସବୁଜ, ହଳଦିଆ ଅଥବା ନିଳ ରଙ୍ଗର ବ୍ୟବହାର କରିପାରନ୍ତି। କାରଣ ଡାଇନିଂ ରୁମ ପାଇଁ ଶାନ୍ତି, ସମୃଦ୍ଧି ଓ ଖୁସି ସହ ଶାନ୍ତ ବାତାବରଣ ସୃଷ୍ଟି କରିପାରୁଥିବା ରଙ୍ଗର ଆବଶ୍ୟକତା ଥାଏ। ଏଣୁ ଏଭଳି ରଙ୍ଗ ବ୍ୟବହାର କଲେ କୌଣସି ଅସୁବିଧା ହୁଏନି।
ଶୋଇବା ଘର ନିମନ୍ତେ ହାଲୁକା ରଙ୍ଗର ଆବଶ୍ୟକତା ଥିବାରୁ ଏଠାରେ ଆପଣ ଗୋଲାପୀ, ନିଳ, ସବୁଜ, ଗ୍ରେ ଅଥବା ବାଇଗଣି ରଙ୍ଗ କରିପାରନ୍ତି। ଏହି ସବୁ ରଙ୍ଗ ପ୍ରେମ ଓ ଖୁସି ଦର୍ଶାଇଥାନ୍ତି । ପିଲାଙ୍କ ରୁମର ରଙ୍ଗ ଏପରି ହେବା ଆବଶ୍ୟକ ଯେପରି ପିଲାଙ୍କୁ ସଦା ସୁସ୍ଥତାର ଅନୁଭବ ଦେଉଥିବ। ଏଥିପାଇଁ ଆମେ ନାରଙ୍ଗୀ, ଗୋଲାପି, ନିଳ, ସବୁଜ ଅଥବା ଲାଭେଣ୍ଡର ରଙ୍ଗ ଲଗାଇପାରିବା। ସେହିପରି ଷ୍ଟଡି ରୁମ ପାଇଁ ସବୁଜ, ନିଳ, ଲାଭେଣ୍ଡର ଓ ଲାଇଟ୍ ପର୍ପଲ ଭଳି ରଙ୍ଗ ଉପଯୁକ୍ତ ହୋଇପାରେ। କାହିଁକି ନା ଏଠାରେ ପଜେଟିଭିଟି ଓ ଖୁସିର ମାହୋଲ ରହିବା ଦରକାର। ରୋଷେଇ ଘର ନିମନ୍ତେ ଧଳା, ହଳଦିଆ, ସବୁଜ, ଗୋଲାପି, ନାରଙ୍ଗୀ ଓ ଗୋଲାପୀ ରଙ୍ଗର ବି ବ୍ୟବହାର ହୋଇପାରେ।
ଘରଥିଲେ ଅତିଥି ଆସିବା ଟା ତ ନିଶ୍ଟିତ। ଏଣୁ ଘରେ ଯଦି ଅତିଥି କକ୍ଷ ଥାଏ ଓ ଆପଣଙ୍କ ଅତିଥିଙ୍କ ରାଜକୀୟ ସତ୍କାର ନିମନ୍ତେ ଆଗ୍ରହୀ ତେବେ ତାଙ୍କ ରୁମର ସାଜ ସଜା ମଧ୍ୟ ସେହି ଅନୁରୂପ ହେବା ଆବଶ୍ୟକ। ଏଥି ପାଇଁ ଆପଣ ବଖରାକୁ ହାଲୁକା ହଳଦିଆ, ନାରଙ୍ଗୀ, ଲାଭେଣ୍ଡର, ନିଳ ଅଥବା ସବୁଜ ରଙ୍ଗ କରିପାରନ୍ତି। ଫଳରେ ଘର ପ୍ରତ୍ୟେକ ଭାଗ ଉର୍ଜାରେ ଭରି ରହିବା ସହ ସୁନ୍ଦରତା ମଧ୍ୟ ରହିବ। ତେବେ ଘରକୁ ଉର୍ଜାବାନ ଓ ପଜେଟିଭିଟିରେ ଭରିବାକୁ ଚାହୁଁଥିଲେ ପ୍ରତି କକ୍ଷ ଅନୁସାରେ ରଙ୍ଗର ନିଶ୍ଟିତ ଚୟନ କରନ୍ତୁ।