ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ : ୧୨ ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ନେଇ ଅଭିଯୋଗ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସାନି ନିର୍ବାଚନରେ ପୁଣି ଥରେ ହାଇଡ୍ରାମା। ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ରଖାଯାଇଥିବା ନେଇ ଆସିଲା ଅଭିଯୋଗ। ହୋଟେଲରେ ଥାଇ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି ୧୨ ସମିତି ସଭ୍ୟ। ହୋଟେଲ ଭିତରେ ପୋଲିସ ରହି ସେମାନଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ସୂଚନା ଯେ, ଗତ ମାସ ୧୨ତାରିଖରେ କୋଭିଡ୍ ସଂକ୍ରମଣ ଯୋଗୁଁ ବାତିଲ ହୋଇଥିଲା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ। ଆଜି ଦିନ ୧୨ଟାରେ ମତଦାନ ହେବାକୁ ଥିବା ବେଳେ ୧୨ଜଣ ସମିତିସଭ୍ୟଙ୍କୁ ପୋଲିସ ହୋଟେଲରେ ବନ୍ଦ କରି ରଖିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ସମିତି ସଭ୍ୟ ମାନେ ଦାବି କରିଛନ୍ତି।