ତାମିଲନାଡୁକୁ ୪୫୦ ଅମ୍ଳଜାନ କନସନଟ୍ରେଟର ଦାନ କଲା ଚେନ୍ନାଇ ସୁପର କିଙ୍ଗସ୍
ଚେନ୍ନାଇ : ସାରା ଦେଶରେ କୋଭିଡ ମହାମାରୀର ପ୍ରକୋପ ଜାରି ରହିଛି । ଏହାରି ଭିତରେ ଭାରତକୁ ସହଯୋଗ ହାତ ବଢାଉଛନ୍ତି ବିଭିନ୍ନ ଦେଶ । ଖାଲି ବିଦେଶ ନୁହେଁ ଦେଶରେ ଅନେକ ଅଭିନେତା, ଶିଳ୍ପପତୀ ବି ସହାୟତାର ହାତ ବଢାଉଛନ୍ତି । ତାମିଲନାଡୁର ପ୍ରଭାବିତ ରୋଗୀଙ୍କ ପାଇଁ ୪୫୦ ଅମ୍ଳଜାନ କନସେନଟ୍ରେଟର ବ୍ୟବସ୍ଥା କରିଛି ଚେନ୍ନାଇ ସୁପର କିଙ୍ଗସ୍ ।
Putting our best foot forward for Namma Tamizhagam! Pushing our wellness in hands with Hon. CM Mr. M.K. Stalin, as Mr. R. Srinivasan, Director, CSKCL, hands over an Oxygen Concentrator in the presence of Mrs. Rupa Gurunath, President, TNCA.
— Chennai Super Kings – Mask P?du Whistle P?du! (@ChennaiIPL) May 8, 2021
#Yellove ?? @chennaicorp @mkstalin pic.twitter.com/7FNKJSaJ4d
ଚେନ୍ନାଇ ସୁପର କିଙ୍ଗସ ଲିମିଟେଡ୍ ନିର୍ଦ୍ଦେଶକ ଆର ଶ୍ରୀନିବାସନ୍ ଶନିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ତାମିଲନାଡୁ କ୍ରିକେଟ୍ ଆସୋସିଏସନର ସଭାପତି ରୁପା ଗୁରୁନାଥ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ-୧୯ ରିଲିଫ୍ ଅପରେସନ୍ ସହିତ ଜଡିତ ଏକ ସ୍ୱେଚ୍ଛାସେବୀ ସଂଗଠନ ଭୁମିକା ଟ୍ରଷ୍ଟ ଅମ୍ଳଜାନ କନସନଟ୍ରେଟର ବିତରଣ ସଂସ୍ଥା ଚେନ୍ନାଇ ସୁପର କିଙ୍ଗସ୍କୁ ସାହାଯ୍ୟ କରୁଛି । ଏହା ସେଠାରେ ଥିବା ରୋଗୀଙ୍କୁ ଉପକୃତ କରିବ । ତିନିଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସର ଦଳ ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟ ପୋଷ୍ଟ କରି ସୂଚନା ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ ପ୍ରଶିକ୍ଷକ ଏଲ ବାଲାଜୀ ଏବଂ ଆଇପିଏଲ ୨୦୨୧ରେ ବ୍ୟାଟିଂ ପ୍ରଶିକ୍ଷକ ମାଇକେଲ ହିସିଙ୍କ ସଂସ୍ପର୍ଶରେ ଆସି କରୋନାରେ ସଂକ୍ରମିତ ହୋଇଥିଲେ । ଦିଲ୍ଲୀରୁ ଉଭୟଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇକୁ ଅଣାଯାଇଥିଲା । ତେବେ ହସିଙ୍କ ବର୍ତ୍ତମାନ ସୁସ୍ଥ ହେଲେଣି, ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । ଆଇପିଏଲ୍ ବାୟୋବବଲ୍ ରେ କରୋନା ଭୂତାଣୁ ପ୍ରବେଶ କରିଥିବାରୁ ଆଇପିଏଲ୍ ୨୦୨୧ର ପରବର୍ତ୍ତୀ ମ୍ୟାଚକୁ ସ୍ଥଗିତ ରଖାଯାଇଛି ।