ମାତୃଭକ୍ତ ତଥା ବିଦ୍ୟାପରାୟଣ ଚାଣକ୍ୟ
ପ୍ରାଚୀନ ସମୟର କଥା ଗୁପ୍ତ କାଳରେ ମଗଧରେ ଜନ୍ମ ନେଇଥିଲେ ଚାଣକ୍ୟ । ସେ ଥିଲେ ଜଣେ ବଡ଼ ମାତୃଭକ୍ତ ତଥା ବିଦ୍ୟାପରାୟଣ ।
ଦିନେ ତାଙ୍କ ମାଆ କୌଣସି କାରଣରୁ କାନ୍ଦୁଥିଲେ । ଏହା ଦେଖି ଚାଣକ୍ୟ ତାହାର କାରଣ ପଚାରିଲେ । ମାଆ କହିଲେ, ତୋର ଯେଉଁ ଦାନ୍ତଟି ଏବେ ଉଠୁଛି ତାହା ରାଜା ହେବାର ଲକ୍ଷଣ । ତୁ ବଡ଼ ହେଲାପରେ ରାଜା ହୋଇଯିବୁ । ଆଉ ମୋତେ ଭୁଲିଯିବୁ । ତେଣୁ ମୁଁ କାନ୍ଦୁଛି । ଏହା ଶୁଣି ଚାଣକ୍ୟ ହସିଲେ । ଆଉ ସଙ୍ଗେ ସଙ୍ଗେ ସେ ଦାନ୍ତକୁ ଭାଙ୍ଗିଦେଲେ । ଏହାପରେ କହିଲେ, “ଏବେ ତ ରାଜା ହେବାର କୌଣସି ଲକ୍ଷଣ ନାହିଁ । ମୁଁ ଏବେ ସବୁ ଦିନ ତୁମ ସେବାରେ ରହିବି । ଯଦି ତୁମେ ଆଜ୍ଞା ଦେବ ଆଗକୁ ଯାଇ ରାଷ୍ଟ୍ରଦେବତାଙ୍କ ସାଧନା କରିବି ।
ଏହିପରି ଚାଣକ୍ୟ ଦିନେ ବଡ଼ ହୋଇଗଲେ । ଆଉ ପାଦରେ ଚାଲି ଚାଲି ତକ୍ଷଶିଳା ଗଲେ । ସେଠାରେ ସେ ୨୪ ବର୍ଷ ପାଠ ପଢ଼ିଲେଅଧ୍ୟାପକଙ୍କ ସେବା କଲେ । ତାଙ୍କର ପଢ଼ା ଏବଂ ଗୁଣରେ ସମସ୍ତେ ସେଠାରେ ଏତେ ସନ୍ତୁଷ୍ଟ ଥିଲେ ଯେ ଅତି ସହଜରେ ସେ ସମସ୍ତଙ୍କର ପ୍ରାଣପ୍ରିୟ ହୋଇଗଲେ । ସମସ୍ତେ ତାଙ୍କୁ ବହୁତ ଭଲ ପାଇଲେ । ଧୀରେ ଧୀରେ ସେ ଅନେକ ବିଷୟରେ ପାରଙ୍ଗମ ହୋଇଗଲେ ।
ଯେତେବେଳେ ସେଠାରୁ ସେ ଫେରି ମଗଧ ଆସିଲେ, ସେତେବେଳେ ନିଜେ ଏକ ପାଠଶାଳା ଚଳାଇଲେ । ସେଠାରେ ସେ ଅନେକ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେଲେ । ସେହି ସମୟରେ ମଗଧର ରାଜା ନନ୍ଦ ଲୋକଙ୍କୁ ଦମନ ଏବଂ ଅତ୍ୟାଚାର କରୁଥିଲେ । ପାକଆଖ ଦେଶ ଉପରେ ବି ହଠାତ୍ ଆକ୍ରମଣ ବି କରୁଥିଲେ । ଏହି ପରିସ୍ଥିତିରେ ସବୁଆଡ଼େ ଭୟ ତଥା ଆତଙ୍କ ଖେଳିଯାଇଥିଲା । ଜନତା ଏହିପରି ସ୍ଥିତିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ।
ଚାଣକ୍ୟ ଜଣେ ପ୍ରତିଭାବାନ ଯୁବକ ଚନ୍ଦ୍ରଗୁପ୍ତଙ୍କୁ ପଶିକ୍ଷଣ ଦେଇ ତାଙ୍କରି ସହଯୋଗରେ ଦକ୍ଷିଣ ତଥା ପଞ୍ଜାବ ଅଭିମୁଖେ ଯାତ୍ରା କଲେ । ସେଠାରେ ରହି ସେନା ଏକାଠି କଲେ । ତାହାରି ସାହାଯ୍ୟରେ ନନ୍ଦଙ୍କ ସେନାକୁ ପରାସ୍ତ କଲେ । ଶେଷରେ ନନ୍ଦଙ୍କୁ ବି ଗାଦିରୁ ବିତାଡ଼ିତ କଲେ । ଚାଣକ୍ୟ ଏଥର ଚନ୍ଦ୍ରଗୁପ୍ତଙ୍କୁ ଚକ୍ରବର୍ତ୍ତୀ ରାଜାଙ୍କ ପରି ଅଭିଷେକ କରାଇଲେ ଏବଂ ନିଜେ ଧର୍ମ ପ୍ରଚାର ତଥା ବିଦ୍ୟା ବିସ୍ତାର କରିବାରେ ଲାଗିଲେ । ଆଜୀବନ ସେ ଅଧର୍ମ ସଙ୍ଗେ ଲଢ଼ିଚାଲିଲେ । ନିଃସନ୍ଦେହ ସେ ଏହିସବୁ କାର୍ଯ୍ୟ ନିଜ ବୁଦ୍ଧିବଳରେ ହିଁ କରିପାରିଛନ୍ତି । ତେବେ ତାଙ୍କର ମାତୃଭକ୍ତି ବି କିଛି କମିନଥିଲା । ମାତୃଭକ୍ତ ଚାଣକ୍ୟ ମାତୃଭକ୍ତି ପାଇଁ ଯୋଗ୍ୟ ଥିଲେ ସୁଦ୍ଧା ରାଜା ହୋଇନଥିଲେ ।