ଚାଣକ୍ୟ ନୀତି ଅନୁସାରେ ଏଭଳି ସଙ୍କେତକୁ କରନ୍ତୁନି ଅଣଦେଖା, ନଚେତ୍ ଭୋଗିପାରନ୍ତି ଦୁର୍ଦ୍ଦଶା
ଚାଣକ୍ୟ ନୀତିରେ ଏକ ସଫଳ ଜୀବନ ପାଇବା ପାଇଁ କୌଶଳ ବିଷୟରେ କୁହାଯାଇଛି । ଭଲ ଏବଂ ଖରାପ ସମୟ ଆରମ୍ଭ ପୂର୍ବରୁ ମିଳୁଥିବା ସଙ୍କେତଗୁଡ଼ିକ ବିଷୟରେ ମଧ୍ୟ କୁହାଯାଇଛି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିଯେ, ଆର୍ଥିକ ସଙ୍କଟ ଆସିବା ପୂର୍ବରୁ କିଛି ସଙ୍କେତ ଦେଖାଯାଏ । ଏହି ସଙ୍କେତକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏବଂ ଅଧିକ ସଚେତନ ହେବା ଉଚିତ୍ ।
୧-ଘରେ ଯଦି ହଠାତ ତୁଳସୀ ଗଛ ମଉଳି ଝାଉଛି । ଏହା ଆର୍ଥିକ କ୍ଷତି ଏବଂ କୌଣସି ଅଜଣା ବିପଦର ସଙ୍କେତ ହୋଇଥାଏ । ଏହା ବ୍ୟତୀତ ଅନ୍ୟ କିଛି ସମସ୍ୟା ମଧ୍ୟ ଆସିପାରେ । ଏପରି ପରିସ୍ଥିତିରେ ସେହି ସୁଖି ଯାଇଥିବା ତୁଳସୀ ଗଛକୁ ବାହାର କରି ନୂଆ ତୁଳସୀ ଗଛ ଲଗାନ୍ତୁ । ତାଙ୍କୁ ପ୍ରତିଦିନ ପୂଜା କରନ୍ତୁ ଏବଂ ସବୁକିଛି ଭଲ କରିବାକୁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ।
୨- ଯଦି ଘରେ ପ୍ରତିଦିନ ଝଗଡା ହେଉଛି । ତେବେ ଏହା ଭଲ ସଙ୍କେତ ନୁହେଁ । ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ । ଘରର ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ, ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଠାକୁର ଘରେ ଦୀପ ଜାଳନ୍ତୁ । ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।
୩-ଯଦି ଘରେ ପ୍ରତିଦିନ କ୍ଷୀର ଢାଳି ହୋଇଯାଏ । କିମ୍ବା ଗ୍ଲାସ ବାରମ୍ବାର ଭାଙ୍ଗେ । ତେବେ ଏହା ଭଲ ଲକ୍ଷଣ ନୁହେଁ । ଏହା ସଙ୍କଟର ଆଗମନକୁ ସୂଚିତ କରେ । ଏହା ମଧ୍ୟ ଆର୍ଥିକ ଅସୁବିଧାର ସଙ୍କେତ ଅଟେ ।
୪-ପରିବାରର ସମସ୍ତ ସଦସ୍ୟଙ୍କୁ ନିଦ ନ ହେବା ମଧ୍ୟ ଭଲ ସଙ୍କେତ ନୁହେଁ । ଆର୍ଥିକ ସମସ୍ୟା ଦେଖାଦେବାର ଏହା ହେଉଛି ସଙ୍କେତ ।