ବଦଳିଲା ନିୟମ ! ଏଣିକି ଦିନରାତି ଘରେ ଉଡାଇ ପାରିବେ ତ୍ରିରଙ୍ଗା
ନୂଆଦିଲ୍ଲୀ : ବର୍ତ୍ତମାନ ସମସ୍ତେ ଦିନରାତି ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ପାରିବେ । କାରଣ କେନ୍ଦ୍ରରେ ମୋଦି ସରକାର ସ୍ୱାଧୀନତା ଦିବସ ପୂର୍ବରୁ ‘ହର ଘର ତିରଙ୍ଗା ସମରୋହ’ରୁ ତ୍ରିରଙ୍ଗା ଉଡାଇବା ନିୟମରେ ଉଲ୍ଲେଖନୀୟ ପରିବର୍ତ୍ତନ କରିଛନ୍ତି । ଅଦ୍ୟାବଧି ଜନସାଧାରଣଙ୍କୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିଲା ।
ଜାତୀୟ ଗଣମାଧ୍ୟମ ଅନୁଯାୟୀ ଗୃହ ସଚିବ ଅଜୟ ଭାଲାଙ୍କ ଏକ ଚିଠି ଜୁଲାଇ ୨୦ ରେ ସମସ୍ତ ସଚିବଙ୍କୁ ଲେଖିଥିଲେ । ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ନୂଆ ନିୟମ ସେହି ଦିନଠାରୁ ଲାଗୁ ହେବ । ଚିଠିର ନୂଆ ନିୟମ ସମ୍ପର୍କରେ କୁହାଯାଇଛି ଯେ ଭାରତୀୟ ପତାକା ସଂକେତ ୨୦୦୨ ରେ ଅଧିକ ସଂଶୋଧନ କରାଯାଇଛି । ନୂଆ ନିୟମ ଅନୁସାରେ ଯଦି କୌଣସି ଖୋଲା ସ୍ଥାନରେ କିମ୍ବା ଜନସାଧାରଣଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରାଯାଏ, ତେବେ ବର୍ତ୍ତମାନ ଏହାକୁ ଦିନରାତି ଉଡାଯାଇପାରିବ ।
କହି ରଖୁଛୁ ଯେ ଏହା ପୂର୍ବରୁ ଏକ ନିୟମ ଥିଲା ଯେ ଯେତେବେଳେ ଏକ ଖୋଲା ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଏ, ପାଗ ଯାହା ହେଉନା କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ଯଥାସମ୍ଭବ ଓହ୍ଲାଯିବା ଉଚିତ୍ । ଗୃହ ସଚିବ ତାଙ୍କ ଚିଠିରେ କହିଛନ୍ତି ଯେ ‘ହର ଘର ତିରଙ୍ଗା’ ସମାରୋହରେ ନାଗରିକମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହି ବର୍ଷ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ଆସନ୍ତୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା । ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଥିବା ତ୍ରିରଙ୍ଗାକୁ ଉତ୍ତୋଳନ କରନ୍ତୁ । କେନ୍ଦ୍ର ଗୃହ ସଚିବ ନିଜ ଚିଠିରେ କହିଛନ୍ତି ଯେ ଅଗଷ୍ଟ ୧୩ ରେ ପ୍ରାୟ ୩୦ କୋଟି ଘରେ ଏହି ତ୍ରିରଙ୍ଗାକୁ ଉତ୍ତୋଳନ କରାଯିବ ବୋଲି ସରକାର ଆଶା କରୁଛନ୍ତି ।