ଶ୍ରଦ୍ଧାର ସହ ପାଳନ କରନ୍ତୁ ବିନାୟକ ଚତୁର୍ଥୀ ବ୍ରତ ! ପ୍ରାପ୍ତି ହେବ ଜ୍ଞାନ, ସମୃଦ୍ଧି, ସୌଭାଗ୍ୟ ଓ ଆଶୀର୍ବାଦ
![](https://thetruths.in/wp-content/uploads/2022/11/Vinayak-Chaturthi-Brata.jpg)
ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଏହାକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଏ । ଭଗବାନ ଗଣେଶଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ବ୍ରତ । ଗଣେଶଙ୍କ କୃପା ପ୍ରାପ୍ତ ଲାଗି ଏହି ଦିନରେ ପୂଜା ଗୁରୁତ୍ୱପୂର୍ଣ୍ଣ ଓ ଶୁଭ ମନେ କରାଯାଏ। ଶ୍ରଦ୍ଧାର ସହିତ ବିନାୟକ ଚତୁର୍ଥୀ ବ୍ରତ ପାଳନ କଲେ ତାଙ୍କୁ ପ୍ରାପ୍ତି ହେବ ଜ୍ଞାନ, ସମୃଦ୍ଧି, ସୌଭାଗ୍ୟ ଓ ଆଶୀର୍ବାଦ କରିଥାନ୍ତି।
ଏହି ଦିନ ପୂଜାରେ ଗଣେଶଙ୍କୁ ଦୁର୍ବା ମାଳ ଅର୍ପିତ କରନ୍ତୁ। ତାଙ୍କୁ ଘିଅ ଓ ଗୁଡ଼ ଭୋଗ କରନ୍ତୁ। ଧନ ପ୍ରାପ୍ତି ଅଥବା ଅଟକି ରହିଥିବା ଧନ ଫେରି ପାଇବା ପାଇଁ ପ୍ରାର୍ଥନା କରନ୍ତୁ। ପୂଜା ପରେ ଘିଅ ଓ ଗୁଡକୁ ଗାଇକୁ ଅର୍ପଣ କରନ୍ତୁ। ଏପରି ପୂଜା ଆପଣଙ୍କୁ ପାଞ୍ଚଟି ବିନାୟକ ଚତୁର୍ଥୀରେ କରିବାକୁ ପଡିବ। ଜୀବନର କୌଣସି କଷ୍ଟ ଅଥବା ସମସ୍ୟା ଦୂର କରିବାକୁ ହେଲେ ଗଣେଶଙ୍କ ଆଗରେ ଚତୁର୍ମୁଖୀ ପ୍ରଦୀପ ପ୍ରଜ୍ୱଳନ କରନ୍ତୁ। ଏହା ଛଡା ଆପଣଙ୍କ ବୟସ ଯେତିକି ସେତିକି ଲଡୁ ପୂଜାରେ ସାମିଲ କରନ୍ତୁ। ପୂଜା ପରେ ଲଡୁ ନିଜେ ଖାଆନ୍ତୁ ଓ ପୂଜାରେ ସାମିଲ ଲୋକଙ୍କୁ ବିତରିତ କରନ୍ତୁ। ଏହା ଛଡା ଭଗବାନ ସୂର୍ଯ୍ୟନାରାୟଣଙ୍କ ସୂର୍ୟ୍ୟାଷ୍ଟକ ୩ ଥର ପାଠ କରନ୍ତୁ।
ହିନ୍ଦୁ ଶାସ୍ତ୍ରାନୁସାରେ ଗଣେଶଙ୍କ ପୂଜା ସର୍ବପ୍ରଥମେ କରାଯାଏ। ଗଣେଶଙ୍କୁ ବିଘ୍ନହରଣକାରୀ ଭାବେ ମଧ୍ୟ ଜଣାଯାଏ। ବିନାୟକ ଚତୁର୍ଥୀ ସବୁ ହାନିକାରକ ପ୍ରଭାବରୁ ମୁକ୍ତ ରହିବା ପାଇଁ ପାଳନ କରାଯାଏ। ବିନାୟକ ଚତୁର୍ଥୀରେ ଗଣେଶଙ୍କୁ ଲଡୁ, ବସ୍ତ୍ର ଓ ଅନ୍ୟ ମିଠେଇ ଭୋଗ କରାଯାଏ। କୁହାଯାଏ ଯେଉଁମାନେ ଶ୍ରଦ୍ଧା ଓ ସମର୍ପଣର ସହ ଗଣେଶ ଚତୁର୍ଥୀ ପାଳନ କରନ୍ତି ଗଣେଶ ଭକ୍ତଙ୍କ ଜୀବନରୁ ସବୁ ଖରାପ ପ୍ରଭାବ ଦୂର କରିଥାନ୍ତି। କୁହାଯାଏ ଯେଉଁମାନେ ସନ୍ତାନ କାମନା କରନ୍ତି ସେମାନେ ଗଣେଶ ଚତୁର୍ଥୀ ପାଳନ କରିବା ନିହାତି ଆବଶ୍ୟକ।