ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ : ୯୪.୪୦% ପାସ୍
ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । ଶୁକ୍ରବାର ଅପରାହ୍ନ ୨ଟା ବେଳେ ‘ସେଂଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍’ (ସିବିଏସ୍ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ www.cbse.gov.in, cbseresults.nic.in, cbse.nic.in, digilocker.gov.in ୱେବ୍ସାଇଟ୍ ବ୍ରାଉଜ୍ କରି ନିଜନଜର ଫଳାଫଳ ଦେଖିପାରିବେ ।
ଏଥର ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷାରେ ମୋଟ୍ ପାସ୍ ହାର ରହିଛି ୯୪.୪୦% । ଅପରପକ୍ଷରେ ଭୁବନେଶ୍ୱର ରିଜିଅନରେ ପାସ୍ ହାର ରହିଛି ୯୬.୪୬% । ସୂଚନା ଯେ, ୧୦ମ ଶ୍ରେଣୀର ଟର୍ମ ୨ ପରୀକ୍ଷା ୨୦୨୨ ଏପ୍ରିଲ୍ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିଲା ।