ଅଜଣା ଯୁବକଙ୍କ ଗୁଳିମାଡରେ ବ୍ୟବସାୟୀ ଗୁରୁତର
କଟକ : ରାଜ୍ୟରେ ଦିନକୁ ଦିନ ଅପରାଧ ମାତ୍ର ବଢ଼ିବାରେ ଲାଗିଛି । ଦିନ ଦ୍ଵିପ୍ରହରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ, ରାହାଜାନି ତଥା ହତ୍ୟା ଭଳି ଘଟଣାମାନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଉପକଣ୍ଠ କନ୍ଦରପୁରରେ ଗୁଳି କାଣ୍ଡ ଘଟିଛି । ଅଜଣା ଯୁବକଙ୍କ ଗୁଳିମାଡରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଏ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଯେ, କନ୍ଦରପୁରରେ ଦୁଇ ଜଣ ଅଜଣା ଯୁବକ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଥିଲେ । ଏଥିରେ ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିବା ସହ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଗୁଳି ମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ତଦନ୍ତ ପରେ ଗୁଳିମାଡର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।