ପ୍ରେମିକ-ପ୍ରେମ-ପ୍ରେମିକା
(Love) ‘ଲଭ୍’ ବା ପ୍ରେମର ଅର୍ଥ ଅତି ବ୍ୟାପକ । ଏହାର ଗଭୀରତାକୁ ମାପିବା ଯେତିକି କଷ୍ଟସାଧ୍ୟ ଏହାର ଅର୍ଥକୁ ବୁଝିବା ସେତିକି କଷ୍ଟକର । ‘Love’ ଏହା ଏକ Middle english word ଯାହାର ମାନେ ଓଡ଼ିଆରେ ଏହାର ଅର୍ଥ ସ୍ନେହ, ପ୍ରୀତି, ଅନୁରାଗ, ପ୍ରଣୟ ଓ ମମତା । ଯିଏ ଯେଉଁ ପ୍ରକାରରେ ଏହାକୁ ବ୍ୟବହାର କରେ ତାହାରି ପାଇଁ ସେହି ଅର୍ଥଟି ପ୍ରଜୁଯ୍ୟ ହୋଇଥାଏ । ମାତ୍ର ଦେଖିବାକୁ ଗଲେ ସାମାଜିକ ଭିତ୍ତିରେ ପ୍ରେମର ଅର୍ଥ ଦୁଇ ପ୍ରକାରରେ ସାବ୍ୟସ୍ତ ହୋଇଥାଏ । ଯଥା ଅନନ୍ତ ପ୍ରେମ ବା Love of God ଓ ଅନ୍ୟଟି ହେଉଛି ସାଧାରଣ ପ୍ରେମ ।
ଅନନ୍ତ ପ୍ରେମ ଅର୍ଥ ‘ବାସ୍ତବ ପ୍ରେମ’ ଯାହାକି ଭକ୍ତ ଭଗବାନଙ୍କୁ, ଭାଇ ଭଉଣୀକୁ, ମାତା ପୁତ୍ରକୁ, ବନ୍ଧୁ ବନ୍ଧୁଙ୍କ ମଧ୍ୟରେ ସୀମିତ ରହିଥାଏ । ଏହି ପ୍ରେମ ଯୁଗେ ଯୁଗେ ପବିତ୍ର ଓ ଶାଶ୍ୱତ ବାର୍ତ୍ତା ପ୍ରେରିତ କରିଥାଏ । ମାତ୍ର ସାଧାରଣ ପ୍ରେମ ବା ଶାରୀରିକ ପ୍ରେମ କେବଳ ଯୌବନ ଓ ଶରୀର ଉପରେ ପର୍ଯ୍ୟବେସିତ । ଏହି ପ୍ରେମ ପବିତ୍ର ସଂପର୍କ ରଜ୍ଜୁରେ ବନ୍ଧା ଓ ଏହା ସଂସାର ଉପଯୋଗୀ । ସଂସାର ବନ୍ଧନରେ ବାନ୍ଧିହେବା ପାଇଁ ଭଗବାନ ପୁରୁଷ ଓ ନାରୀ ମଧ୍ୟରେ ଏ ପ୍ରେମର ଭାବ ସୃଷ୍ଟି କରିଛନ୍ତି । ମାତ୍ର ସେହି ପ୍ରେମର ଭାବ କେତେକାଂଶରେ ଆଧୁନିକ ସମାଜର ସଂସାରକୁ ଗଢ଼ୁଥିବା ପେଳେ ଅନେକାଂଶରେ ଦୁଃଖର କାରଣ ହେଉଛି । ଉନବିଂଶ ଶତାବ୍ଦୀରେ ପିତା-ମାତା, ପୁତ୍ର କନ୍ୟାର ବୈବାହିକ ରୀତିନୀତି ପାଇଁ ଘରଘର ଦେଖି ଉପଯୁକ୍ତ ପାତ୍ରରେ ବିବାହ ସଂପନ୍ନ କରୁଥିଲେ । ସବୁ ବୈବାହିକ ଜୀବନ ଯେ, ଠିକ୍ଠାକ୍ ସଂପନ୍ନ ହେଉଥିଲା ତାହା କହି ହେବ ନାହିଁ । ତଥାପି ପରିବାରର ଆଶୀର୍ବାଦରେ ଖରାପ ବି ଭଲ ହେଉଥିଲା । ନୂତନ ବଧୂଟି ସମସ୍ତଙ୍କର ମନଜାଣି କାର୍ଯ୍ୟ କରିବା ସଂଗେ ସଂଗେ ତ୍ୟାଗ ଓ ସହନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକଟିଏ ହୋଇ ନାରୀଜାତିର ସଂପନ୍ନ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିପାରୁଥିଲା ଓ ଉତ୍ତରାଧିକାରୀ ସଂସାରଟି ସୁନ୍ଦର ଭାବେ ଗଢ଼ି ଉଠିଥିଲା ।
ସେତେବେଳର ପୁତ୍ର-କନ୍ୟା ବୋଧେ ଆଧୁନିକ ପ୍ରେମର ଅର୍ଥ ବୁଝିବାକୁ ଅକ୍ଷମ ଥିଲେ କିମ୍ବା ସେତେବେଳର ସମାଜ ଏହାକୁ ଗ୍ରହଣ କରିନଥିଲା । ଯାହାବି ହେଉ ପିତାମାତା ଓ ପରିବାର ସଦସ୍ୟଙ୍କ ପସନ୍ଦରେ ବିବାହ ସଂପନ୍ନ ହେଉଥିଲେ ହୁଏତ ସେତେବେଳେ Early marraigeର ପ୍ରଥା ଥିବାରୁ ପରିବାରର ଲୋକେ ଉପଯୁକ୍ତ ସମୟରେ ବିବାହ ସଂପନ୍ନ କରୁଥିଲେ । ସେଥିପାଇଁ ଏହି Love marraige ବା ପ୍ରେମ ବିବାହ ପ୍ରଥା ସୃଷ୍ଟି ହୋଇନଥିଲା । ଆଜିର ସମାଜ ଆଧୁନିକ ସମାଜ, ଆଧୁନିକତାର ଦ୍ୱାହି ଦେଥଇ ଆମ୍ଭେମାନେ କେବେ ହେଲେ ପ୍ରଗତିଶୀଳ ସମାଜ ଗଠନ କରି ପାରିବୁ ନାହିଁ । ସମାଜରେ କୁସଂସ୍କାର ପ୍ରଥା ପରିବର୍ତ୍ତନ ହେବା ଦରକାର । ମାତ୍ର କୁସଂସ୍କାର ନାମରେ ସମସ୍ତ କିମ୍ବଦନ୍ତୀ ଓ ପ୍ରଥାକୁ ଭାଙ୍ଗିବାର ଅର୍ଥ ବିଶୃଙ୍ଖଳାକୁ ଆମନ୍ତ୍ରଣକରିବା ଆଜି ପ୍ରେମର ଅର୍ଥ କେବଳ Love ମର୍ରୀଗେ ରେ ସୀମିତ । ପିତାମାତା ବା ପରିବାର ସଦସ୍ୟଙ୍କ ତ୍ୟାଗରେ ପରିବାର ସୃଷ୍ଟି । ମାତ୍ର ଆଜିକାର ପ୍ରତ୍ୟେକ ପରିବାର ପ୍ରେମରୂପକ ରୋଗରେ ପୀଡ଼ିତ । କାରଣ କୌଣସି ପିତାମାତା ଚାହାଁନ୍ତି ନାହିଁ ତାଙ୍କର ସନ୍ତାନଟି ପ୍ରେମ ବିବାହ କରୁ । ସେମାନଙ୍କର ଆଶା ତାଙ୍କର ପୁତ୍ରକନ୍ୟା ପାଇଁ ସେମାନେ ପସନ୍ଦ ମୁତାବକ ସୁପାତ୍ର ଓ ସୁପାତ୍ରୀ ଖୋଜନ୍ତୁ । ଏହା ଦ୍ୱାରା ଏହି ବିବାହ ସଂପନ୍ନ କରି ସେମାନେ ପ୍ରକୃତ ଅବିଭାବକର ଦାୟିତ୍ୱ ନିର୍ବାହ କରି ଆତ୍ମସନ୍ତୋଷ ଲାଭ କରନ୍ତୁ ଓ ନିଜର ଅଧିକାରକୁ ସାବ୍ୟସ୍ତ କରିଥିବାରୁ ସେମାନେ ଖୁସି ହୁଅନ୍ତୁ । ମାତ୍ର ପ୍ରେମ ବିବାହ ଏହା ଠାରୁ ବହୁତ ଭିନ୍ନ । ଏହି ବିବାହ ଦ୍ୱାରା ଉଭୟ ଦମ୍ପତି ପରସ୍ପରର ଦୁର୍ବଳତା ଜାଣି ନଥିବାରୁ ପରସ୍ପରକୁ ସମ୍ମାନ, ସ୍ନେହ,ଶ୍ରଦ୍ଧା ଓ ଭକ୍ତିରେ ଦାମ୍ପତ୍ୟ ଜୀବନକୁ ଅତିବାହିତ କରନ୍ତି ।
ମାତ୍ର ଆଜିର ପ୍ରେମ ବିବାହ ସବୁ କ୍ଷେତ୍ରରେ ଗ୍ରହଣୀୟ ନୁହେଁ ତାହା କହି ହେବ ନାହିଁ । ଅନେକ କ୍ଷେତ୍ରରେ ମଧ୍ୟ ପରସ୍ପର ହୃଦୟ ମିଶି ତାହା ସୁନ୍ଦର ରୂପାୟନ ହୋଇ ପାରୁଛି ଓ ସବୁଦିନ ପାଇଁ ପରସ୍ପର ମଧ୍ୟରେ ସ୍ନେହ ବିଶ୍ୱାସ ରୂପକ ରଜ୍ଜୁରେ ବାନ୍ଧି ରଖୁଛି । ଦେଖିବାକୁ ଗଲେ ଏହି ପ୍ରେମ ବିବାହ ମାତ୍ରାଧିକ ଭାବେ ସ୍ୱପ୍ନର ସଂସାରକୁ ଭାଙ୍ଗି ଚୁରମାର କରି ଦେଉଛି । କାରଣ ଅନେକ ସନ୍ତାନ ସଠିକ୍ ଭାବନା ପାଇଁ ପରିପକ୍ୱତାର ବୟସ ଆସିନଥାଏ । ଏଥିପାଇଁ ବୋଧେ ଆଧୁନିକ ସମାଜର ‘ଆଧୁନିକତା’ ହିଁ ଦାୟୀ । ପ୍ରତ୍ୟେକ ପିଲା ପପ୍ରଥମରୁ ଟିଭି, ମୋବାଇଲ ଓ ଆଧୁନିକ ଚଳଚ୍ଚିତ୍ରର ନଗ୍ନତାର ପ୍ରଭାବିତ ହୋଇ ଏହି ସବୁ କାର୍ଯ୍ୟ କରୁଛନ୍ତି । ଅନେକ ପିତା-ମାତା ମୁଣ୍ଡଝାଳ ତୁଣ୍ଡରେ ମାରି ସନ୍ତାନକୁ ପାଠ ପପଢ଼େଇ ମଣିଷ କରୁଥିବା ବେଳେ ସେହି ସନ୍ତାନ ପାଠ ପଢ଼ିବା ପରିବର୍ତ୍ତେ ପ୍ରେମର ନିଶାରେ ମସଗୁଲ ହୋଇ ପରିବାରର ସମସ୍ତ ସ୍ୱପ୍ନକୁ ଚୁରମାର କରି ଦେଉଛି । ବିଦ୍ୟାଳୟ ଠାରୁ କଲେଜ ପର୍ଯ୍ୟନ୍ତ ଭଲ ପାଇବାର ମାତ୍ରାଧିକ ନିଶା ତାଙ୍କୁ ବିପଦଗାମୀ କରାଉଛି । ଆଜିର ସମାଜ ତାକୁ ବହୁଳ ଭାବେ ତାକୁ ଗ୍ରହଣ କରି ଭବିଷ୍ୟତର ସୁନ୍ଦର ସଂସାରରେ ଅଦିନିଆ ଝଡ଼ ସୃଷ୍ଟି କରୁଛି । ପ୍ରେମ ରୂପକ ବ୍ୟାଧିରେ ଆକ୍ରାନ୍ତ ହୋଇ ତାହାର କର୍ମପଥରୁ ବିଚ୍ୟୁତ ହେଉଛି । ଏହି ପ୍ରେମ ବିବାହର ବିରୋଧ ଭାବ ଯୋଗୁଁ ଅନେକ ପ୍ରେମୀଯୁଗଳ ମନ୍ଦିର ବା କୋର୍ଟରେ ବିବାହ କରୁଛନ୍ତି । ଏହା ପରେ ଘରକୁ ବାହୁଡ଼ିଲା ବେଳେ ସମାଜ ଓ ପରିବାର ଏହି ବିବାହକୁ ସାମାଜିକ କ୍ଷେତ୍ରରେ ସ୍ୱୀକୃତି ଦେଉନଥିବାରୁ ସେମାନେ ଏକପ୍ରକାର ସାମାଜିକ ବାସନ୍ଦ ହେଉଛନ୍ତି । ଫଳରେ ତାଙ୍କ ମନରେ ଏକ ବିଦ୍ରୋହର ଭାବ ସୃଷ୍ଟି ହେଉଛି । ଶେଷରେ ଏହି ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ପଛାଉ ନାହାଁନ୍ତି । ଏହାଦ୍ୱାରା ଅନେକ ପିତାମାତା ମାନସିକ ଦୃଷ୍ଟିରୁ ଭାଙ୍ଗି ପଡ଼ୁଛନ୍ତି ।
ଅନେକ କ୍ଷେତ୍ରରେ ସେହି ପିତାମାତା ଶେଷ ନିଷ୍ପତ୍ତି ଭାବେ ମୃତ୍ୟୁକୁ ପାଥେୟ କରୁଛନ୍ତି । ଅନେକ କ୍ଷେତ୍ରରେ ଏହି ବିଭୀଷିକା ଏପରି କ୍ଷେତ୍ରରେ ପହଞ୍ଚିଛି ଯେ ପରିବାରର ପୁତ୍ର, ବଧୂ, ପିତାମାତାଙ୍କ ଠାରୁ ଅଲଗା ରହୁଛନ୍ତି । କିନ୍ତୁ ସେହି ପ୍ରେମୀ ଯୁଗଳ ଭାବିବା ଉଚିତ ଦିନେ ସମୟ ଆସିବ ସେମାନେ ପିତାମାତାର ସ୍ଥାନ ଅଧିକାର କରିବ । ଏମିତି ସମୟ ଆସିବ କୌଣସି ପରିବାରରେ ପ୍ରେମ ବିବାହ ସଂପନ୍ନ ହୋଇନଥିବ ତାହା କହିହେବ ନାହିଁ । ପ୍ରତ୍ୟେକ ପୁଅ-ଝିଅ ବୁଝିବା ଉଚିତ ଯେ ତାଙ୍କ ଆଗରେ ତାଙ୍କ ପେପ୍ରମଠାରୁ ପରିବାର ବଡ଼ । କାରଣ ପରିବାରର ମାନ, ସମ୍ମାନ, ମର୍ଯ୍ୟାଦା ତାଙ୍କ ପ୍ରେମ ଠାରୁ କମ୍ ନୁହେଁ । ନିଜେ ଗୋଡ଼ରେ ନିଜେ ଠିଆ ହେବା ତାହା ପାଇଁ ସାର୍ଥକତା ସୃଷ୍ଟି କରିବ ଏବଂ ଶେଷରେ ତାର ଶୁଦ୍ଧ ଚରିତ୍ର ପାଇଁ ସଂସାରରେ ସେ ଜଣେ ଦକ୍ଷ ବ୍ୟକ୍ତିତ୍ୱ ଭାବେ ପରିପ୍ରକାଶିତ ହେବ । ଏହି ପ୍ରେମ ବିବାହରେ ଯେତେବେଳେ ଝିଅଟି ନୂଆ କରି ପର ଘରେ ପାଦ ଦିଏ ସେତେବେଳେ ତା’ର ନିଜର ପରିବାରକୁ ଛାଡ଼ି ଆସିଥିବାରୁ ସେହି ପରିବାରକୁ ସ୍ନେହ ମମତା, ଖୋଜିବ ସିଏ । ସେହି ସ୍ନେହ ମମତା ଏହି ପରିବାରରୁ ନ ମିଳିଲେ ତା ମନ ଭାବରେ ପରିବର୍ତ୍ତନ ଆସେ ଏବଂ ସେହି ପରିବାରର ଲୋକ ତାଙ୍କ ପାଇଁ ଶତ୍ରୁ ପାଲଟିଯାନ୍ତି । ପ୍ରେମିକ ଓ ପେପ୍ରମିକାର ବଡ଼ ସଫଳତାର ଧେର୍ଯ୍ୟ ଓ ସହଶୀଳତା । ଏହି ଦୁଇଟି ରଜ୍ଜୁ ଦ୍ୱାରା ସେ ଦିନେ ନା ଦିନେ ପରିବାରର ମନକୁ ଏକତା ରଜଜୁର ବାନ୍ଧିବା ସଂଗେ ସଂଗେ ହୃଦୟକୁ ଜିଣି ପାରେ ଓ ସେତେବେଳେ ସେ ଯେଉଁ ଆନନ୍ଦ ପାଏ ତାହା ଦୈହିକ ଆନନ୍ଦ ଠାରୁ ଶହେ ଗୁଣ ହୋଇପାରିବ । ଆଶୀର୍ବାଦ ବଜାରରୁ କକିଣିବାକୁ ମିଳେନା । ଏହା କର୍ମଦ୍ୱାରା ଲାଭ କରାଯାଏ । ଏହି ସୁକର୍ମକୁ ସେମାନେ ଗ୍ରହଣ କରି ସେମାନଙ୍କର ବୈବାହିକ ଜୀବନ ଶୁଭଙ୍କର କରିବା ଉଚିତ । ବେଳେବେଳେ ଏହି ପ୍ରକାର ବିବାହରେ ପ୍ରେମିକଟି ପ୍ରେମମିକା ଠାରୁ ବା ପ୍ରେମିକା ଟି ପ୍ରେମିକ ଠାରୁ ନିଷ୍ପେଷିତ ହୁଏ । ପିତା ମାତାଙ୍କ ସ୍ନେହ ଶ୍ରଦ୍ଧାରୁ ପାଥେୟ କରି ବଂଚିଥିବା ପୁତ୍ର କନ୍ୟା ସମୟରଚକ୍ରରେ ଲୀନ ନହୋଇ ବାସ୍ତବତା ପରିପପ୍ରକାଶ କରନ୍ତି । ଏହି ସମୟରେ ନିରୀହ ପୁତ୍ରଟି ନା ସେ ପରିବାରକୁ ବୁଝାଇ ପାରେ ନା ସେ ସ୍ତ୍ରୀର ପ୍ରେମକୁ ସ୍ୱୀକୃତି ଦେଇପାରେ । କେବଳ ସେ ଅଜଥା ଅଲୋଡ଼ା ହୋଇ ବୁଲେ । ବେଳେବେଳେ ସେ ସମସ୍ତଙ୍କ ଠାରେ ଘୃଣାର ପାତ୍ର ହୁଏ । ପ୍ରେମର ସଂଗ୍ୟା କେବେ ହେଲେ ଭଗ୍ନ ହୃଦୟ ନୁହେଁ ବରଂ ଗଢ଼ି ଶିଖିବା, ସାଧାରଣ ପ୍ରେମକୁ ଶାଶ୍ୱତ ପ୍ରେମରେ ସ୍ୱୀକୃତି ଦେବା ପାଇଁ ପ୍ରେମିକା ହିଁ ପ୍ରେମିକ ଠାରୁ ଗୁରୁ ଦାୟିତ୍ୱ ବହନ କରିବା ଉଚିତ । ଏହା ଦ୍ୱାରା ଉଭୟ ଦାମ୍ପତ୍ୟ ଜୀବନ ଓ ପରିବାର ମଧ୍ୟରେ ନଗ୍ନ ପ୍ରାଚୀର ସୃଷ୍ଟି ନ କରି ମଧୁର ସଂପର୍କ ସୃଷ୍ଟି କରିବ । ଏହା ହେଲେ ସେ ହେବ ଉପଯୁକ୍ତ ନାରୀ । କାରଣ ନାରୀର ମନଟି ପାହାନ୍ତି ଆଲୋକ ଭଳି ସ୍ନିଗ୍ଧା, ପୃଥିବୀ ଭଳି ସହନଶୀଳା ଓ ଆକାଶ ଭଳି ସ୍ୱଚ୍ଛ । ଏହାହିଁ ତା’ର ପ୍ରକୃତ ପରିଚୟ ହୋଇ ପାରିଲା । ଅଦିନରେ ଭାଙ୍ଗି ଯାଉଥିବା ଅନେକ ପରିବାର ଓ ସଂସାର ଏହି ଭୂକମ୍ପରୁ ରକ୍ଷା ପାଇ ପାରିବ ଓ ଆଗାମୀ ପିଢ଼ି ପାଇଁ ଏକ ସନ୍ଦେଶ ହୋଇ ରହିବ । ଏଥିପାଇଁ ଗୋଟିଏ ନାରୀକୁ ସମସ୍ତ ପରିବାର ସଦସ୍ୟ ମମଧ୍ୟ ତ୍ୟାଗ ଓ କ୍ଷମାର ଅବତାର ହୋଇ ପାରିଲେ ଅନେକ ଜୀବନରକ୍ଷା ପାଇବ, ପିତାମାତା ତାଙ୍କ ସାରା ଜୀବନର ଗଢ଼ି ତୋଳିଥିବା ସଂସାରଟି ହସ ଖୁସିରେ ପରିପୂର୍ଣ୍ଣ ହେବ । ପିତାମାତାଙ୍କ ଭୁଲ ନ ଧରି ନୂତନ ପିଢ଼ିର ନୂତନ ଦିବ୍ୟରୂପକ ଜ୍ଞାନରେ ଏହାକୁ ମାର୍ଜନା କରିପାରିଲେ ଆପେ ଆପେ ସଂସାରର ଧର୍ମ ରୂପପକ ଆଶୀର୍ବାଦର ପୁଷ୍ପପାଖୁଡ଼ା ତାଙ୍କ ଉପରେ ବର୍ଷିବ । ଏହାଠାରୁ ଆଉ ପ୍ରକୃତ ପ୍ରେମର ମାନେ କ’ଣ ଥାଇପାରେ?
ନରୋତମ ଷଡ଼ଙ୍ଗୀ
ସହକାରୀ ଶିକ୍ଷକ, ଚିନ୍ତାମଣି ହାଇସ୍କୁଲ,
ଦହପଡ଼ା, ବାଲେଶ୍ୱର,
ମୋ:-୯୪୩୮୭୫୭୬୮୧ ।।