ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଆତ୍ମହତ୍ୟା ସନ୍ଦେହ
ମାଲକାନଗିରି : ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ । ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ। ମାଲକାନଗିରି ଜିଲାର ଏମଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ ଉକ୍ତ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି।
ସୂଚନା ଯେ, ତମସା ପଞ୍ଚାୟତ ଆରୋ କଲୋନୀ ନିବାସୀ ନନ୍ଦେ ମାଡକାମୀ ଓ ପୁଅ ନବୀନ ମାଡକାମୀଙ୍କ ମୃତ ଦେହ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ପୁଅ ଓ ଝିଅ ପରସ୍ପରକୁ ଭଲ ପାଇ ଆସୁଥିଲେ। କୌଣସି କାରଣର ସେମାନଙ୍କ ପରିବାର ଦୁହିଁଙ୍କ ପ୍ରେମକୁ ସ୍ୱୀକାର କରିନଥିଲେ। ଝିଅଟିର ଗତ ବୁଧବାର ଦିନ ବିବାହ ସ୍ଥିର କରାଯାଇଥିଲା । ହେଲେ ଗତ ମଙ୍ଗଳବାର ଦିନ ଝିଅ ଓ ପୁଅ ନିଖୋଜ ଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜା ଖୋଜି କରିଥିଲେ କିନ୍ତୁ ସେମାନଙ୍କ କୌଣସି ଖବର ମିଳିନଥିଲା। ଆଜି କିଛି ଲୋକ ଏମଭି ୭ ମୁଖ୍ୟ ରାସ୍ତା କଡ଼ ଜମିରେ ଦୁଇ ଜଣଙ୍କ ମୃତଦେହ ଦେଖି ପୋଲିସକୁ ଜଣାଇଥିଲେ । ସେଠାରେ ପରିବାର ଲୋକେ ପହଁଚି ମୃତଦେହ ଚିହ୍ନଟ କରିଥିଲେ । ମୃତ ଝିଅ ପୁଅ ନିକଟରେ ଦୁଇଟି ଗ୍ଲାସ ମିଳିଥିବାରୁ ଥିବାରୁ ବିଷ ପିଇ ଆତ୍ମହତ୍ୟା କରୁଥିବା ଅନୁମାନ କରାଯାଉଛି। ପୋଲିସ ତଦନ୍ତ ଜାରି ରହିଛି।