ତିନି କୋଟି ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି : ଗତକାଲି ରାତ୍ରିରେ ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବିଶେଷ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ -୩ ଜଙ୍ଗଲରେ ଚିତ୍ରକୋଣ୍ଡା ପୋଲିସ ଚଢ଼ଉ କରି ୩ ଟନ ୩୦୦ କେଜି ଗଂଜେଇ ଜବତ କରିଥିବା ବେଳେ କୌଣସି ଆସାମୀ ଧରା ପଡିନଥିଲେ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ହେବ ବୋଲି ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି । ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଁଚିବା ଦେଖି ଆସାମୀ ମାନେ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ଫାଇଦା ନେଇ ଫେରାର ହୋଇଯାଇଥିଲେ । ବର୍ତମାନ ଚିତ୍ରକୋଣ୍ଡା ପୋଲିସ ଏହା କାହାର ଗଂଜେଇ, କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକ ଛାନଭିନ୍ ଚଳାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ମୁକୁନ୍ଦ ମେଲକା ।