ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ସିବିଏସଇ ଟର୍ମ-୧ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ନିମନ୍ତେ ସମୟ ସାରଣୀ ଜାରି ହୋଇଛି । ଦଶମ ବୋର୍ଡ ଟର୍ମ-୧ ପରୀକ୍ଷା ନଭେମ୍ବର ୩୦ ରୁ ହେବାକୁ ଥିବା ବେଳେ ଡିସେମ୍ବର ୧ ରୁ ଆରମ୍ଭ ହେବ ଦ୍ୱାଦଶ ଶ୍ରେଣୀ ପରିକ୍ଷା । ସେହିପରି ମାଇନର ସବଜେକ୍ଟ ପାଇଁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନଭେମ୍ବର ୧୭ ଓ ନଭେମ୍ବର ୧୬ ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ପରୀକ୍ଷା । ସ୍କୁଲ ଗୁଡିକୁ ଏହାର ସମୟ ସାରଣୀ ପଠାଯିବ । ସିବିଏସଇ ୱେବସାଇଟରୁ ପରୀକ୍ଷା ତାରିଖ ଓ ସମୟ ସୂଚି ବିଷୟରେ ଜାଣିପାରିବେ ପରିକ୍ଷାର୍ଥୀ ।
ସିବିଏସଇ ଦ୍ୱାରା ଚଳିତବର୍ଷ ଦୁଇଟି ବୋର୍ଡ ପରୀକ୍ଷା କରାଯିବ । ନଭେମ୍ବର ଓ ଡିସେମ୍ବର ଭିତରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା । ସେହିପରି ଫେବୃଆରୀରୁ ମାର୍ଚ୍ଚ ଭିତରେ ଅଫଲାଇନରେ ହେବ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା ।