ସ୍ୱପ୍ନ ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ଜନ୍ମତିଥିରେ ରକ୍ତଦାନ ଶିବିର
କଟକ : ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନ ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛି । କରୋନା ମହାମାରୀରେ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇବା ସହିତ ପ୍ରତ୍ୟେକ ରବିବାରରେ କଟକ ଏସସିବି ମେଡିକାଲରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଏକ ଐତିହାସିକ ମାଇଲିଖୁଂଟ ସ୍ଥାପନ କରିପାରିଛିି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ସୁଧାଂଶୁ ପାତ୍ର (ବାବୁ)ଙ୍କ ଜନ୍ମଦିନ ଅବସରରେ ଚାଉଳିଆଗଞ୍ଜ ସ୍ଥିତ ଶ୍ରଦ୍ଧା ଗାର୍ଡେନଠାରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ରକ୍ତଦାନ ଶିବିରଟିରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ ସିଏମସି ମେୟର ସୁବାଷ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରଟିକୁ ଉଦଘାଟନ କରି ଅନୁଷ୍ଠାନର ଏଭଳି ପ୍ରୟାସକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ତଥା ୪୨ନଂ ୱାର୍ଡ କର୍ପୋରେଟର ମୀନା ସାହୁ, ୪୭ନଂ ୱାର୍ଡ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ନିରଞ୍ଜନ ସାହୁ, ସମାଜସେବୀ ସୁକାନ୍ତ ସାହାଣୀ, ଇଂ ପ୍ରଦୀପ ବେହେରା, ଲିପିକା ରାୟ, ଶିକ୍ଷାବିତ ସେକ୍ କଲିମୂଲ୍ଲା, ବିଜେଡି ବରିଷ୍ଠ ନେତା ଶିବେନ୍ଦ୍ର ହାତୀ, ରଞ୍ଜନ ବିଶ୍ୱାଳ, ଅଭିନେତା ଶ୍ରୀତମ ଦାସ, ବରିଷ୍ଠ ମୁରବୀ ଅଶ୍ୱିନୀ ମହାରଣା, କ୍ଷୀରୋଦ କୁମାର ସାହୁ, ଚିରଞ୍ଜୟ ସାହୁଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ରକ୍ତଦାନ ଶିବିରଟିକୁ ପରିଚାଳନା କରିଥିବା ବେଳେ ଏହି ରକ୍ତଦାନ ଶିବିରଟିରୁ ୧୬୨ ୟୁନିଟି ରକ୍ତ ସଂଗୃହିତ ହୋଇଥିଲା ।