ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ ! ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ବୋମା ମାଡ, ୩ ଆହତ
କଟକ : କଟକ ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ବୋମା ମାଡ ହୋଇଛି । ବୋମା ମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକମାନଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତମାନେ ହେଲେ ଶ୍ରୀନିବାସ ସାମଲ, ନିଲିଆ ରାଉତ ଓ ସାଗର ଗୋଛି ।
ଶାନ୍ତି ବଜାୟ ରଖିବା ପାଇଁ ବିଷ୍ଣୁପୁର ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ କରୁଛି ତିଗିରିଆ ପୋଲିସ ।