ଓଲଟିଲା ଗ୍ୟାସ୍ ବୋଝେଇ ଟ୍ରକ, ଉଦ୍ଧାର କାର୍ଯ୍ୟ ଜାରି

କଟକ : କଟକ ଶିଖରପୁର ନିକଟରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ରକ । ଫଳରେ ରାସ୍ତା କଡ଼ରେ ବିଛାଡ଼ି ହୋଇ ପଡିଛି ସିଲିଣ୍ଡର । ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ସୂଚନା ଯେ, ଏଚପି କମ୍ପାନୀର ରନ୍ଧନ ଗ୍ୟାସ ବୋଝେଇ ଟ୍ରକଟି ଓମ୍ପି ପଟୁ ଜଗତପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଶିଖରପୁର ଓଭରବ୍ରିଜ ନିକଟରେ ରାସ୍ତା ଅଵସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ତେବେ ଵୋଝେଇ ସିଲିଣ୍ଡର ଗୁଡିକରୁ ଗ୍ୟାସ ଲିକ୍ ହେଉଛି କି ନାହିଁ, ସେ ସମ୍ପର୍କରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି । ଗ୍ୟାସ ଲିକ୍ ପରିସ୍ଥିତି ପାଇଁ ଘଟଣାସ୍ଥଳରେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି।