ବିଜୁ ମହିଳା ଜନତା ଦଳରେ ନୀଳଗିରିର ୩ ଆଦିବାସୀ ମହିଳା ନେତ୍ରୀଙ୍କୁ ସାଧାରଣ ସମ୍ପାଦିକା ଓ ଯୁଗ୍ମ ସମ୍ପାଦିକା ଭାବେ ନିଯୁକ୍ତି
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଜୁ ମହିଳା ଜନତା ଦଳ ତରଫରୁ ସୁନିତୀ ସିଂ, ମାଳତୀ ମାଝୀ ଙ୍କୁ ରାଜ୍ୟ ମହିଳା ବିଜେଡିର ସାଧାରଣ ସଂପାଦକ ଓ ପ୍ରତୀକ୍ଷା ସିଂ କୁ ଯୁଗ୍ମ ସଂପାଦିକା ଭାବେ ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟିକା ସ୍ନେହାଙ୍ଗିନି ଛୁୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି କରିଛନ୍ତି । ଉକ୍ତ ୩ ଜଣ ନବନିଯୁକ୍ତ ନେତ୍ରୀଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହ ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ଉକ୍ତ ୩ଜଣ ନବ ନିଯୁକ୍ତ ନେତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଅଭିନନ୍ଦନ ଜଣାଯାଇଛି ।