ଭୁବନେଶ୍ୱର : କେୟାର୍ ହସ୍ପିଟାଲରୁ ୪ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରୁ ଚାରି ୪ ଜଣ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର କେୟାର୍ ହସ୍ପିଟାଲରୁ ଆଉ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ନେଇ ଡାକ୍ତର ମିତାଲି କର ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବା, ଅନାନିଶ୍ୱାସୀ ଲାଗିବା, ଅଧା ମୁଁହ ଫୁଲିଯିବା ଲକ୍ଷଣ ସହ ଜର ମଧ୍ୟ ରହୁଛି । ଏହା ଛଡ଼ା ଏହି ରୋଗର ଆକ୍ରାନ୍ତ ରୋଗୀଙ୍କୁ ସବୁ କିଛି ଦୁଇ ଦୁଇଟି ଦେଖାଯିବାର ଲକ୍ଷଣ ରହୁଥିବା ଜଣାପଡ଼ିଛି ।
ସୂଚନା ଯେ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସୋମବାର ଜଣେ ୭୧ ବର୍ଷ ବୟସ୍କ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ୨୦ ତାରିଖରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୮ ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକଳରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ଯୋଗୁଁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।