ଅନୁଭବ ବର୍ଷା ବିବାହ ବିଚ୍ଛେଦ ମାମଲା ମଧ୍ୟସ୍ଥତା ବନ୍ଦ କରି ପାରିବାରିକ ବିଚ୍ଛେଦ ଶୁଣାଣି କରିବାକୁ ଅନୁଭବଙ୍କ ଆବେଦନ
କଟକ : ସାଂସଦ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ପାଇଁ ଆଜି ଉଭୟ ଅନୁଭବ ଓ ବର୍ଷା ଅଦାଲତରେ ପହଂଚିଥିଲେ । ତେବେ କାଉନସେଲିଂ ମଧ୍ୟସ୍ଥତା ବନ୍ଦ କରି ପାରିବାରିକ ବିଚ୍ଛେଦ ମାମଲାର ଶୁଣାଣି ଆରମ୍ଭ କରିବାକୁ ଅନୁଭବ କୋର୍ଟଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷେ ଅଦାଲତ ଯାହା ନିଷ୍ପତି ନେବେ ସେଥିରେ ସେ ସହଯୋଗ କରିବେ ବୋଲି ବର୍ଷା ଜଣାଇଛନ୍ତି । ତେଣୁ ମାମଲାର ବିଚାର ପାଇଁ ପୁଣି ଦିନ ଧାର୍ଯ୍ୟ ହେବାର ସ୍ପଷ୍ଟ ହୋଇଛି । ଆଜି ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ଶୁୁଣାଣି ନମନ୍ତେ ଅନୁଭବ ଓ ବର୍ଷା ପହଂଚିଥିଲେ