ଭର୍ତ୍ତୃହରି ମହତାବ ଅସୁସ୍ଥ, ହସ୍ପିଟାଲ୍ରେ ଭର୍ତ୍ତି
କଟକ : ବିଜେଡିର ବରିଷ୍ଟ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ ହୋଇ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ଆରୋଗ୍ୟ କାମନା କରିଥିବା ବେଳେ ପୁତ୍ର ଲୋକ ରଞ୍ଜନଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି ।
କିଛିଦିନ ତଳେ ଭର୍ତ୍ତୃହରିଙ୍କ ହାର୍ଟ ସମସ୍ୟା ଦେଖା ଦେଇଥିଲା । ତେବେ ସୋମବାର ଅପରାହ୍ଣରେ ତାଙ୍କର କ୍ଷୀଣ ହୃଦଘାତ୍ ହୋଇଥିଲା । ଏଣୁ ତାଙ୍କୁ ତୁରନ୍ତ ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଷ୍ଟେଣ୍ଟ୍ ଲଗାଯାଇଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି । ଏହି ଖବର ପ୍ରଚାରିତ ହେବାପରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।