ମିଛ କହୁଥିଲେ ସାବଧାନ ! ଆପଣାନ୍ତୁ ଏହି ଟିପ୍ସ, ସୁସ୍ଥ ରହିବା ସହ ଶରୀରରେ ବୃଦ୍ଧି ହେବ ଶକ୍ତି
![](https://thetruths.in/wp-content/uploads/2022/11/Beware-of-Lying.jpg)
ବ୍ୟସ୍ତବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ଜରୁରୀ । କିନ୍ତୁ ଅଧିକାଂଶ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ନୁହଁନ୍ତି । ଏଥିପାଇଁ ଅଧିକାଂଶ ସମୟରେ ରୋଗରେ ପଡିଥାନ୍ତି । ଯଦିଓ ଦିନସାରା ଆମ ଶରୀରରେ ଶକ୍ତି ସ୍ତରରେ ଉତ୍ଥାନ-ପତନ ଘଟିଥାଏ । ଯଦି ଆପଣ କ୍ରମାଗତ ଭାବରେ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ନିଜ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏଠାରେ ଆମେ ଆପଣଙ୍କୁ କିଛି ଟିସ୍ପ ଦେବୁ । ଯାହା ଦ୍ବାରା ଆପଣ ସୁସ୍ଥ ରହିବା ସହ ଆପଣଙ୍କ ଶରୀରରେ ଶକ୍ତି ବୃଦ୍ଧି ହେବ। ଏବଂ ଆପଣଙ୍କୁ ଥକ୍କା କି କ୍ଲାନ୍ତ ଏତେ ଜଲଦି ଆସିବ ନାହିଁ ।
ଦୈନନ୍ଦିନ ଜୀବନରେ ଏସବୁ କାର୍ଯ୍ୟ ଗୁଡିକରୁ ନିଜକୁ ଦୂରେଇ ରଖନ୍ତୁ :
ମଦ୍ୟପାନ :
ଅଧିକାଂଶ ଲୋକ ଟେନସନ ଥିବା ସମୟରେ ଚାପରୁ ମୁକ୍ତି ପାଇବା ପାଇଁ ମଦ୍ୟପାନ କରନ୍ତି । ସେମାନେ ଏହା ଅନୂଭବ କରନ୍ତି ଯେ, ମଦ୍ୟପାନ କରିବା ଦ୍ବାରା ସେମାନଙ୍କ ଚାପ କମିଥାଏ । ଏହି ଚାପ କିଛି ସମୟ ପାଇଁ କମି ଥାଏ । କିନ୍ତୁ ଏହା ଆପଣଙ୍କ ଶରୀରର ଶକ୍ତିକୁ ବହୁତ କ୍ଷତି ପହଞ୍ଚାଇ ପାରେ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ମଦ୍ୟପାନ ଶରୀର ପାଇଁ ବିଷ ସଦୃଶ ଏବଂ ଶରୀରର ଶକ୍ତି ଏହାକୁ ଦୂର କରିବା ପାଇଁ କାର୍ଯ୍ୟ କରିଥାଏ । ତେଣୁ, ଯଦି ଆପଣ ମଧ୍ୟ ପ୍ରତିଦିନ ମଦ୍ୟପାନ କରନ୍ତି, ତେବେ ସାବଧାନ ରୁହନ୍ତୁ । କାରଣ ଏହା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।
ନକାରାତ୍ମକ ବିଷୟବସ୍ତୁ ଦେଖିବା ଠାରୁ ଦୂରେଇ ରୁହନ୍ତୁ :
ଅନେକ ଲୋକମାନେ ସମୟ ଅତିବାହିତ କରିବା ପାଇଁ ବିଭିନ୍ନ ପ୍ରକାର ଭିଡିଓ ଦେଖିଥାନ୍ତି । କିନ୍ତୁ ଏଥିରୁ ଆପଣ ଦୂରେଇ ରୁହନ୍ତୁ, କାରଣ ନକାରାତ୍ମକ ବିଷୟବସ୍ତୁ ଦେଖିବା ଦ୍ବାରା ଆପଣଙ୍କ ଶରୀରର ଶକ୍ତି ହ୍ରାସ ହୋଇଥାଏ । କେବଳ ସେତିକି ନୁହେଁ, ନକାରାତ୍ମକ ଜିନିଷ ଦେଖିବା ଦ୍ବାରା ଆପଣଙ୍କ ମନଙ୍କ ମନ ବିଚଳିତ ହୁଏ । ସେଥିପାଇଁ ନକାରାତ୍ମକ ଭିଡିଓ ଦେଖିବା ଉଚିତ୍ ନୁହେଁ।
ମିଛ କହିବା ଛାଡନ୍ତୁ :
ଯେତେବେଳେ ଆପଣ କାହାକୁ ମିଛ କହୁଛନ୍ତୁ ? କି କାହାଠୁ ଠକୁଛନ୍ତି ? ଏହି ସବୁ ମିଛ କଥାକୁ ଲୁଚାଇବା ପାଇଁ ଆମ ଶରୀରରେ ଅଧିକ ଶକ୍ତି ଖର୍ଚ୍ଚ ହୋଇଥାଏ । ଏଠାରେ ଆମେ ଆପଣଙ୍କୁ କହିବୁ ଯେ, ମିଛ ଲୁଚାଇବା ପାଇଁ ଆମ ଶରୀର ସାଧାରଣ ଅପେକ୍ଷା ଅଧିକ ଶକ୍ତି ଆବଶ୍ୟକ କରେ, ତେଣୁ ଛୋଟ କଥାରେ ମିଛ କହିବା ଠାରୁ ଦୂରେଇ ରୁହନ୍ତୁ।