ବରଗଡ଼ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବିତ
![](https://thetruths.in/wp-content/uploads/2022/03/Bargarh-District-Chief-Supply-Officer-Rajinikanth-Das.jpg)
ବରଗଡ: ଚାଉଳ କିଣାରେ ଅନିୟମିତତା ଅଭିଯୋଗରେ ବରଗଡ଼ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ନିଲମ୍ବିତ କରାଯାଇଛି।
ଜଗତସିଂହପୁର, କେନ୍ଦୁଝର, ମୟୂରଭଂଜ ଓ ବରଗଡ଼ ଜିଲାର ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଶିଶୁଙ୍କ ପାଇଁ ଭିଟାମିନମୁକ୍ତ ଚାଉଳ କିଣାରେ ଅନିୟମିତତା ଅଭିଯୋଗ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀ ଜଣକ ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଅଧିକ ଭିଟାମିନଯୁକ୍ତ ଚାଉଳ କିଣିଥିଲେ। ଜିଲାପାଳଙ୍କ ବିନା ଅନୁମତିରେ ଜିଲା ହେଡକ୍ୱାର୍ଟର ନ ଛାଡ଼ିବାକୁ ରଜନୀକାନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।