ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି
![](https://thetruths.in/wp-content/uploads/2022/02/Puri-Srimandir-2.jpg)
ପୁରୀ : ଶ୍ରୀମନ୍ଦିରରେ ବୁଧବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏନେଇ ଦଇତାପତି ନିଯୋଜ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ପ୍ରକାଶ କରିଛନ୍ତି।
ବୁଧବାରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦତ୍ତମହାପାତ୍ର ନିଯୋଗ ସହ ଆଲୋଚନା କରିଛନ୍ତି ଜିଲାପାଳ। ପରିଚାଳନା କମିଟି ସଦସ୍ୟ ଓ ଦଇତାପତି ନିଯୋଗ ସହ ମଧ୍ୟ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୁଧବାର ଦତ୍ତମହାପାତ୍ରଙ୍କ ସହଯୋଗରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ଶ୍ରୀ ଦାସ ମହାପାତ୍ର।
ସୂଚନା ଯେ, ରଥଯାତ୍ରା ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରୁନଥିଲା । ଗତ ୨୪ ଦିନ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇପାରିନି । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରନ୍ତି । ୬ ତାରିଖ ଗୁରୁବାର ମାଜଣା ଓ ଏକାନ୍ତ ରହିଲା । ବୁଧବାର ନକ୍ଷେତ୍ର ଥିବାରେ ବନକଲାଗିକୁ ବାରଣ କରାଗଲା । ବିବାଦୀୟ ପରିସ୍ଥିତି ଯୋଗୁ ଆଜି ଯାଏଁ ଠାକୁରଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇ ପାରୁନଥିଲା । ବିଧି ମୁତାବକ ନୀତି ନହେବାରେ ଠାକୁରଙ୍କ ଶ୍ରୀମୁଖ ମଧ୍ୟ ମଳିନ ପଡ଼ିଲାଣି । ଦତ୍ତମହାପାତ୍ର ନିଯୋଗ ସହ ଆଲୋଚନା କରିଛନ୍ତି ଜିଲାପାଳ । ଶେଷରେ ବୁଧବାର ଦିନ ବନକଲାଗି ନୀତି ହେବାକୁ ନିଷ୍ପତ୍ତି ହୋଇଛି ।