ଜୁଲାଇରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ : ଜୁଲାଇ ମାସରେ ବିଭିିନ୍ନ ପର୍ବ ପର୍ବାଣି ଓ ସାପ୍ତାହିକ ଛୁଟିକୁ ମିଶାଇ୧୫ଦିନ ବନ୍ଦ ରହିବ ବ୍ୟାଙ୍କ। ଆରବିଆଇର ସୂଚନା ମୁତାବକ ରଥଯାତ୍ରା, ବକରୀଦ୍ ଓ ଭାନୁ ଜୟନ୍ତୀ ଭଳି ପର୍ବ କାରଣରୁ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ । ଫଳରେ ଯଦି ଏହି ମାସରେ ଆପଣଙ୍କର କିଛି ବ୍ୟାଙ୍କ କାମ ରହିଛି ତେବେ ତୁରନ୍ତ ସାରିନିଅନ୍ତୁ ଜରୁରୀ କାମ । ଏହି ଛୁଟି ଜୁଲାଇ ମାସର ୪ ତାରିଖ ଠାରୁ ଆରମ୍ଭ ହେବ । ୪ ତାରିଖ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏହାସହ ଜୁଲାଇ ୧୦ ତାରିଖ ମାସର ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ୧୨ ତାରିଖ ସୋମବାର ରଥଯାତ୍ରା ପଡୁଥିବାରୁ ଓଡିଶା ଓ ଇମ୍ଫାଲରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ୧୩ ତାରିଖରେ ଭାନୁ ଜୟନ୍ତୀ ପାଇଁ କେବଳ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୪ ତାରିଖରେ ଏକ ଆଞ୍ଚଳିକ ପର୍ବ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ ଓ ୧୬ ତାରିଖରେ ହରେଲା ପର୍ବ ପାଇଁ ଡେରାଡୁନରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୭ ତାରିଖରେ ଖର୍ଚି ପର୍ବ ପାଇଁ ଅଗରତାଲା ଓ ସିଲଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
ଅନ୍ୟପଟେ ୧୮ ତାରିଖ ରବିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ ଓ ୧୯ ତାରିଖରେ ଏକ ଆଞ୍ଚଳିକ ପର୍ବ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । ୨୦ ତାରିଖ ବକରୀଦ୍ ପଡୁଥିବାରୁ ଜମ୍ମୁ-ଶ୍ରୀନଗର ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ | ଏହାସହ ୨୧ ତାରିଖରେ ବକରୀଦ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଜୁଲାଇ ୨୪ ତାରିଖ ମାସର ଶେଷ ଶନିବାର କାରଣରୁ ବ୍ୟାଙ୍କ ବନ୍ଦ ରହିବ ଓ ରବିବାର ବି ବ୍ୟାଙ୍କ ବନ୍ଦ । ଜୁଲାଇ ମାସରେ ଏଭଳି ଭାବେ ବିଭିନ୍ନ ଆଂଚଳିକ ପର୍ବ ପାଇଁ ବିଭିନ୍ନ ତାରିଖରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଆପଣମାନେ ସମୟ ନିର୍ଘଣ୍ଟ କରି ବ୍ୟାଙ୍କ କାମ କରିନେବା ଉଚିତ ।