ଆଜି ଠାରୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ, ଅସ୍ଥାୟୀ ରାସ୍ତାରେ ଯିବେ ଶ୍ରଦ୍ଧାଳୁ
ଭୁବନେଶ୍ୱର : ଆଜି ଠାରୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅସ୍ଥାୟୀ ରାସ୍ତାରେ ଧବଳେଶ୍ଵର ପୀଠକୁ ଯାଇ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ଜଣାପଡ଼ିଛି। ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଲେ ଆଠଗଡ ଆଠଗଡ଼ ଉପଜିଲାପାଳ ହେମନ୍ତ ସ୍ଵାଇଁ।
ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ଵରଙ୍କ ପୀଠକୁ ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଥିଲା। ଧବଳେଶ୍ଵର ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ଦାବି କରିଆସୁଥିଲେ। ଯାହାକୁ ବିଚାର କରି ପ୍ରଶାସନ ପକ୍ଷରୁ ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା କରାଯାଇ ଦର୍ଶନ ବ୍ୟବସ୍ଥା କରାଯାଇଛି।
ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ବାଟ ଦେଇ ବାବାଙ୍କ ଦର୍ଶନକୁ ବାରଣ କରିଥିଲା। ବର୍ତ୍ତମାନ ଝୁଲା ପୋଲର ମରାମତି କାମ ଚାଲିଛି। ଏହା ଖୁବ୍ ଶିଘ୍ର ସରିବ। ସରିବା ପରେ ପୁଣି ଭକ୍ତ ଏହା ଉପର ଦେଇ ବାବାଙ୍କ ଦର୍ଶନ ପାଇଁ ଯାଇପାରିବେ। ତେବେ ଆସନ୍ତାକାଲିଠୁ ଭକ୍ତମାନେ ମହାନଦୀ ମଧ୍ୟ ଦେଇ ଅସ୍ଥାୟି ରାସ୍ତା ଦେଇ ମହାପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ଦର୍ଶନ ପାଇଁ ଯାଇପାରିବେ।