ବିଧାନସଭା ନିର୍ବାଚନ ଫଳାଫଳ : ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ଟକ୍କର
ନୂଆଦିଲ୍ଲୀ : ଆଜି ସକାଳ ୮ଟାରୁ ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର । କିଏ ଜିତିବ ପଶ୍ଚିମବଙ୍ଗର ଲଢେଇ ତାହା କହିବା ମୁସ୍କିଲ । କେତେବେଳେ ବିଜେପି ଆଗରେ ତ କେତେବେଳେ ଟିଏମସି । ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଛି କଡା ଫାଇଟ୍ । କେହି କାହାରିକୁ ଛାଡିବାକୁ ନାରାଜ । ଯାହା ପ୍ରାଥମିକ ଟ୍ରେଣ୍ଡରୁ ବାରି ହୋଇ ପଡୁଛି । ଏବେସୁଦ୍ଧା ବିଜେପି ୫୪ ଓ ଟିଏମସି ୬୧ଟି ଆସନରେ ଆଗୁଆ ରହିଛି । କଂଗ୍ରେସ କିମ୍ବା ବାମ ଦଳ ଗୋଟିଏ ହେଲେ ସିଟରେ ଆଗୁଆ ନାହାଁନ୍ତି । ଅର୍ଥାତ ଲଢେଇ କେବଳ ବିଜେପି ଓ ଟିଏମସି ମଧ୍ୟରେ ହୋଇଥିବା ସ୍ପଷ୍ଟ ହେଉଛି । ୧୧୫ଟି ଆସନରୁ ଏହି ଟ୍ରେଣ୍ଡ୍ ଆସିଛି । ଯାହା ବଦଳିବାର ମଧ୍ୟ ସମ୍ଭାବନା ରହିଛି । କାରଣ ଏହା ଫାଇନାଲ୍ ରେଜଲ୍ଟ ନୁହେଁ ।
ସେହିପରି କେରଳରେ ‘ଏଲ୍ଡିଏଫ୍’ ତ୍ରିପୁନିତୁରା, ପିରବୋମ, ଅରୁବିକରା ଏବଂ କୋବଲମ୍ ଆଦି ୪ଟି ଆସନରେ ଆଗୁଆ ରହିଛି ଏବଂ ‘ୟୁଡିଏଫ୍’ କୌଣସି ଆସନରେ ଆଗୁଆ ହୋଇ ପାରିନାହିଁ। ତାମିଲନାଡୁରେ ୩ଟି ଆସନରେ ଡିଏମକେ ଆଗରେ ରହିଛି । ଏଆଇଡିଏମକେ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟମାନେ ମଧ୍ୟ ଗୋଟିଏ ଆସନରେ ଆଗରେ ରହିଛନ୍ତି । ଆସାମରେ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ପ୍ରାରମ୍ଭିକ ଟ୍ରେଣ୍ଡ୍ରୁ ଜଣାପଡ଼ିଛି। ସେଠାରେ ବିଜେପି ୪ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩ଟି ଆସନରେ ଆଗୁଆ ରହିଛି। ଏହା ଫାଇନାଲ ରେଜଲ୍ଟ ନୁହେଁ । ଭବିଷ୍ୟତରେ ଟ୍ରେଣ୍ଡରେ ପରିବର୍ତ୍ତନ ହୋଇପାରେ ।