କେଣ୍ଟ ପାଇଁ ୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବେ ଅର୍ଶଦୀପ
![](https://thetruths.in/wp-content/uploads/2023/03/Arshadeep-Singh.jpg)
ନୂଆଦିଲ୍ଲୀ : ଭାରତୀୟ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇଂଲିଶ କାଉଣ୍ଟି ଦଳ କେଣ୍ଟ ପାଇଁ ୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବେ । ନାଲି ବଲ୍ରେ ନିଜ ଦକ୍ଷତାକୁ ଅଧିକ ମାର୍ଜିତ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ଙ୍କ ପରାମର୍ଶରେ ଅର୍ଶଦୀପ ଏହି କ୍ଲବ୍ ସହିତ ଯୋଡ଼ି ହୋଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଆଇପିଏଲ୍ ପରେ ପରେ ଭାରତୀୟ ଦଳ ଡବ୍ଲୁଟିସି ଫାଇନାଲ୍ ପାଇଁ ଇଂଲଣ୍ଡ ଗସ୍ତ କରିବ । ଏହି ସମୟରେ ଅର୍ଶଦୀପ ଜୁନ୍ ଓ ଜୁଲାଇ ମାସରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଥିବେ । ତାଙ୍କ କ୍ୟାରିୟରରେ ମାତ୍ର ୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲା ବେଳେ ୨୩.୮୪ ହାରରେ ୨୫ ୱିକେଟ୍ ଦଖଲ କରିଛନ୍ତି ।
ସୂଚନା ଯେ, ଗତବର୍ଷ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ । ପରେ ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିଲେ । ଏବେ ଚତୁର୍ଥ ଭାରତୀୟ ଭାବେ ସେ କେଂଟ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ କୁଅଁର ସୁମଶ୍ରୀ ସିଂହ, ରାହୁଲ ଦ୍ରାବିଡ ଓ ନବଦୀପ ସୈନି ଏହି କ୍ଲବ୍କୁ ପ୍ରତିନିଧିତ୍ୱ କରିଛନ୍ତି ।