ସ୍ୱତନ୍ତ୍ର ଓଜେଇଇ ପାଇଁ ଆଜିଠୁ ଆବେଦନ
ଭୁବନେଶ୍ୱର : ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ୱତନ୍ତ୍ର ଓଜେଇଇ ହେବ । ଏଥିପାଇଁ ଶୁକ୍ରବାର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ରହିଥିବା ବେଳେ ଅଗଷ୍ଟ ୧୨ ପର୍ୟ୍ୟନ୍ତ ପରୀକ୍ଷା ଫି ଦାଖଲ କରିହେବ । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମୁଖ୍ୟ) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ମାନେ ଓଜେଇଇ ଡଟ୍ ଏନଆଇସି ଡଟ୍ ଇନ୍ କୁ ଯାଇ ଆବେଦନ କରିବା ସହ ଅନ୍ୟାନ୍ୟ ସବିଶେଷ ବିବରଣୀ ପ୍ରାପ୍ତ କରିପାରିବେ । ଗତ ବର୍ଷ କୋଭିଡ୍ ମହାମାରୀ ଯୋଗୁଁ ସ୍ୱତନ୍ତ୍ର ଓଜେଇଇ ଆୟୋଜନ ହୋଇପାରିନଥିଲା । ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂପରେ ଖାଲି ପଡ଼ିଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜର ପ୍ରଥମ ବର୍ଷ ବିଟେକ୍ ସିଟଗୁଡ଼ିକୁ ପୂରଣ କରିବାକୁ ସ୍ୱତନ୍ତ୍ର ଓଜେଇଇ କରାଯାଇଥାଏ ।
ଏହ ସ୍ୱତନ୍ତ୍ର ପରିକ୍ଷା ୨୦୨୧ ଓଜେଇଇ ପରିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ ଯାହାକି ଚାଲୁଥିବା କରୋନା ମହାମାରୀ ଦୃଷ୍ଟିରେ ରଖି ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟୟ ଓଜେଇଇ କାଉନସେଲିଂ ପରେ କେବଳ ସେହି ଛାତ୍ରମାନଙ୍କ ପାଇଁ ବି.ଟେକ୍ ପାଠ୍ୟକ୍ରମରେ ଆଡମିଶନ କରାଯିବ, ଯେଉଁମାନେ କୌଣସି କାରଣରୁ ଓଜେଇଇ(ମେନ୍)୨୦୨୧ ପରୀକ୍ଷାରେ ଉପସ୍ଥିତ ହୋଇପାରି ନଥିବେ । ତେବେ ଏହି ଏନ୍ଟ୍ରାନ୍ସ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଆବଶ୍ୟକ ଫି ପ୍ରଦାନ କରାଯାଇପାରିବ । ସଠିକ ସମୟରେ ପରୀକ୍ଷଣର ତାରିଖ ଏବଂ ଆଡମିଟ୍ କାର୍ଡ ଡାଉନଲୋଡ୍ ସମ୍ବନ୍ଧରେ ବିସ୍ତୃତ କାର୍ଯ୍ୟସୂଚୀ କରୋନା ମହାମରୀକୁ ଦୃଷ୍ଟିରେ ରଖିି ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ମାନେ ଅନଲାଇନ୍ ଆବେଦନ ପାଇଁ www.ojee.nic.inରେ ଆବେଦନ କରିପାରିବେ ।