ଆଂଟିଲିଆ ମାମଲା : ରିୟାଜ କାଜୀକୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଗଲା
ମୁମ୍ବାଇ : ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଆଂଟିଲିଆ ବଙ୍ଗଳା ନିକଟରେ ଜେଲୋଟିନ ଭର୍ତି କାର ରଖିବା ମାମଲାରେ ଗିରଫ ହୋଇଥିବା ପୋଲିସ ଅଧିକାରୀ ରିୟାଜ କାଜୀକୁ ରବିବାର ଦିନ ସ୍ୱତନ୍ତ୍ର କୋର୍ଟ ୧୬ ଏପ୍ରିଲ ପର୍ଯ୍ୟନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ହେପାଜତକୁ ପଠାଇ ଦିଆଯାଇଛି । ଏନଆଇଏ ରବିବାର ଦିନ ରିୟାଜ କାଜିକୁ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଆଂଟିଲିଆ ମାମଲାରେ ଗିରଫ ହୋଇଥିବା ରିୟାଜ କାଜି ହେଉଛନ୍ତି ଦ୍ୱିତୀୟ ଅଭିଯୁକ୍ତ । ଏହା ପୂର୍ବରୁ ଏନଆଇଏ ଏହି ମାମଲାରେ ପୂର୍ବ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ଗିରଫ କରିଥିଲା । ସେ ୨୩ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି । ରିୟାଜ କାଜିକୁ ଆଜି ଏନଆଇଏ ଗିରଫ କରି ସ୍ୱତନ୍ତ୍ର କୋର୍ଟକୁ ପଠାଇଥିଲା । ଏନଆଇଏ ରିୟାଜ କାଜିକୁ ଆଂଟିଲିଆ ମାମଲାରେ ସାମିଲ ଥିବା ପ୍ରମାଣ ନଷ୍ଟ କରିବାର ଆରୋପ ଲଗାଇଛି । ଏହା ପରେ କୋର୍ଟ ରିୟାଜ କାଜିକୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ଏନଆଇଏ ହେପାଜକୁ ପଠାଇଛି । କୁହାଯାଇଛି ଯେ, ଏନଆଇଏ ରିୟାଜ କାଜିକୁ ସରକାରୀ ସାକ୍ଷୀ ରଖିବା ପାଇଁ ବିଚାର କରୁଥିଲା କିନ୍ତୁ କାଜି ବିରୁଦ୍ଧରେ କିଛି ପ୍ରମାଣ ମିଳିବା ପରେ ଏନଆଇ ତାଙ୍କୁ ଗିରଫ କରିନେଇଛି ।
ସୂଚନାଯୋଗ୍ୟ ଯେ, ଆଂଟିଲିଆ ମାମଲାରେ ଏନଆଇଏ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଂଚର ସହାୟକ ପୋଲିସ ଅଧିକାରୀ ସଚିନ ବାଜେକୁ ଗିରଫ କରିଥିଲା । ଏହା ପରେ ବାଜେଙ୍କୁ ପୋଲିସ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ଏବେ ସଚିନ ବାଜେଙ୍କୁ ତଲୋଜା ଜେଲରେ ରଖାଯାଇଛି । ପରିଶେଷରେ ପ୍ରଧାନମନ୍ତ୍ରୀ ‘ଦବାଇ ଭୀ, କଡାଇ ଭୀ’ ଆହ୍ୱାନ ସହିତ ତାଙ୍କର ଏହି ଚେତାବନୀ ପରାମର୍ଶକୁ ଶେଷ କରିଥିଲେ ।