ବୁଥ ନିକଟରେ ଟଙ୍କା ବଣ୍ଟା ଅଭିଯୋଗ, ବିଜେଡି ମିଡିଆ ସେଲର ପ୍ରଭାରୀଙ୍କୁ ମାଡ଼
ପାଟଣାଗଡ଼ : ରାଜ୍ୟରେ ପୌର ନିର୍ବାଚନ ଜାରି ରହିଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ୧ ନମ୍ବର ଓ ୨ ନମ୍ବର ଓ୍ବାର୍ଡ ପାଇଁ ଗଡଭିତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମତଦାନ ଆରମ୍ଭ ହୋଇଥିଲା। ଏହି ୨ଟି ଓ୍ବାର୍ଡ ପାଇଁ ୩ ଗୋଟି ବୁଥ କରାଯାଇଛି। ତେବେ ମତଦାନ ଚାଲିଥିବା ବେଳେ ବୁଥ ନିକଟରେ ଟଙ୍କା ବଣ୍ଟା ହେଉଥିଲା। ବିଜେଡି କର୍ମକର୍ତ୍ତାମାନେ ଭୋଟରଙ୍କୁ ମତଦାନ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି କର୍ମୀ ଓ ବିଜେଡି କର୍ମୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଉତ୍ତମ ମଧ୍ୟମ ଆରମ୍ଭ ହୋଇଥିଲା। ଏହି ମାଡ ସମୟରେ ବିଧାୟକ ଉପସ୍ଥିତ ଥିବା ଜଣାପଡିଛି। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଖଲୋକ ତଥା ମିଡିଆ ସେଲର ପ୍ରଭାରୀଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି।