ଦୀର୍ଘ ଦଶନ୍ଦି ପରେ ପଡି଼ଛି ମହାସଂଯୋଗ, ଏହି ତିନି ରାଶିଙ୍କ ଉପରେ ଧନର ବର୍ଷା କରିବେ ମଙ୍ଗଳ-ଶନି !
![](https://thetruths.in/wp-content/uploads/2023/09/Trikona-Rajyoga-1024x683.jpg)
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ୨୭ ନକ୍ଷେତ୍ର ଓ ନଅଟି ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହ ଗୁଡିକର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ଦ୍ବାରା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ। ଶନି ଦର୍ଘ ୩୦ ବର୍ଷ ପରେ ନିଜ ମୂଳ କୁମ୍ଭ ରାଶିକୁ ଛାଡି କନ୍ୟା ରାଶିକୁ ଚଳନ କରିଛନ୍ତି । ବର୍ତ୍ତମାନ ଶନି କନ୍ୟା ରାଶରେ ଥିବା ବେଳେ ମଙ୍ଗଳ ମଧ୍ୟ ସେହି ରାଶିରେ ଅବସ୍ଥାନ କରିଛନ୍ତି । ଫଳରେ ତ୍ରିକୋଣ ରାଜଯୋଗ ସୃଷ୍ଟି ହୋଇଛି । ଦିର୍ଘ ୩୦ ବର୍ଷ ପରେ ଏହି ମହା ସଂଯୋଗ ପଡିଛି । ଫଳରେ ଶନି ଓ ମଙ୍ଗଳ ଗୋଟିଏ ରାଶିରେ ଥିବାରୁ ଏହି ତିନି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ଆଜିଠାରୁ ଆସିବ । ସେମାନଙ୍କ ଜୀବନରେ ସମସ୍ତ ବାଧା ବିଘ୍ନ ଦୂର ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ। ୨୦୨୫, ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଏହି ତିନି ରାଶିଙ୍କ ଭାଗ୍ୟ ଚମକିବ। ତେବେ, ଆସନ୍ତୁ ସେହି ତିନି ରାଶିଙ୍କ ବିଷୟରେ ଜାଣିବା …
ଏହି ତିନି ରାଶିର ବ୍ୟକ୍ତି ହେବେ ମାଲେମାଲ୍ :
ସିଂହ ରାଶି : ତ୍ରିକୋଣ ରାଜଯୋଗ ସୃଷ୍ଟି କାରଣରୁ ଏହି ରାଶିର ଲୋକଙ୍କ ଜୀବନ ଆଜିଠାରୁ ବଡ ପରିବର୍ତ୍ତନ ଆସିବ। ବ୍ୟବସାୟରେ ବ୍ୟୟ ଅପେକ୍ଷା ଆୟ ବେଶ୍ ଅଧିକ ରହିବ। ଖାସ୍ କରି ଯେଉଁମାନେ ଚାକିରି କରୁଛନ୍ତି ସେମାନେ କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଏହା ସହ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ଆପଣଙ୍କୁ ମିଳିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି ସେମାନେ ଏହି ସମୟ ମଧ୍ୟରେ ଶୁଭଫଳ ପାଇବେ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ ନୂଆ ସମ୍ପତ୍ତି, ଘର ଓ ଗାଡି଼ ମଧ୍ୟ କ୍ରୟ କରିପାରିବ। ବୈବାହିକ ଜୀବନ ସୁଖମୟ ହେବ।
ତୁଳା ରାଶି : ଶନି ଓ ମଙ୍ଗଳଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ। ମାର୍କେଟିଂ ସହ ଜଡିକ କାର୍ଯ୍ୟରେ ଆପଣଙ୍କୁ ବିପୁଳ ଲାଭ ମିଳିବ। କ୍ୟାରିୟରରେ ଆପଣଙ୍କୁ ଶୁଭଫଳ ମିଳିବ । ଖାସ୍ କରି ଭଲ ଚାକିରି ପ୍ରସ୍ତାବ ମଧ୍ୟ ମିଳିପାରେ। ଏହା ସହ ଅବିବାହିତ ଯୁବକ ଯୁବତୀମାନଙ୍କୁ ଏହି ସମୟରେ ଭଲ ପ୍ରସ୍ତାବ ମଧ୍ୟ ବିବାହ ପାଇଁ ମିଳିପାରେ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ଯେଉଁମାନେ ଦିର୍ଘ ସମୟର ଧରି କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇଥନ୍ତି । ଏହି ସମୟରେ ରାୟ ସେମାନଙ୍କ ସପକ୍ଷରେ ଆସିବ। ଶତ୍ରୃମାନେ ରଚୁଥିବା ଷଡଯନ୍ତ୍ରରେ ବିଫଳ ହେବେ। ଆର୍ଥିକ ସ୍ଥିତି ମଧ୍ୟ ବେଶ୍ ମଜବୁତ ରହିବ।
ଧନୁ ରାଶି : ତ୍ରିକୋଣ ରାଜଯୋଗର ଅଧିକ ଫାଇଦା ପାଇବେ ଏହି ରାଶିର ଲୋକେ। ଏହି ସମୟ ମଧ୍ୟରେ ବ୍ୟବସାୟରେ ବହୁତ ଅଗ୍ରଗତି ହେବ । ବ୍ୟବସାୟରେ ଆର୍ଥିକ ଲାଭ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିବ । ଚାକିରିରେ ପଦୋନ୍ନତି ସହିତ ଦରମା ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ଅଛି । ଏହି ଅବଧି ମଧ୍ୟରେ ପାରିବାରିକ ଜୀବନରେ ସୁଖମୟ ହେବ। ଆପଣ ଏହି ସମୟ ମଧ୍ୟରେ ବିଦେଶରୁ ଆର୍ଥିକ ଲାଭ ପାଇପାରିବେ । ଏବଂ ଏହି ସମୟ ମଧ୍ୟରେ ଆପଣ ପିଲାମାନଙ୍କ ପାଖରୁ ଭଲ ଖବର ପାଇବେ । ସ୍ବାସ୍ଥ୍ୟ ଭଲ ରହିବ। ନିଜ ଜୀବନ ସାଥୀଙ୍କ ସହିତ ଅଧିକ ସମୟ ବିତାଇବେ।