ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ ବ୍ୟବହାର କରାଯିବା ଅନୁଚିତ
ନୂଆଦିଲ୍ଲୀ : ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହିକୋ ମାସ୍ଙ୍କ ସହିତ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ମିଳିତ ଆବାହକତ୍ୱରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନରେ ତାଲିବାନୀଙ୍କୁ ନେଇ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି, ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ ବ୍ୟବହାର କରାଯିବା ଅନୁଚିତ। ଏନେଇ ତାଲିବାନ କରିଥିବା ତାହାର ଘୋଷଣାରେ ଅପରିବର୍ତ୍ତିତ ରହିବା ଆବଶ୍ୟକ।
ଏଥିସହିତ ପାକିସ୍ତାନ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଆଫଗାନିସ୍ତାନରେ ବାହ୍ୟ ହସ୍ତକ୍ଷେପକୁ, ବିଶେଷକରି ଯେଉଁମାନେ ଏଭଳି ଜଟିଳ ସମୟରେ ହିଂସାକାଣ୍ଡ ଉସୁକାଇବାର ଅପଚେଷ୍ଟା କରୁଛନ୍ତି, ସେମାନଙ୍କୁ ବିଶ୍ୱ ସମୁଦାୟ ସହ୍ୟ କରିବା ଅନୁଚିତ। ଜୟଶଙ୍କର କହିଥିଲେ, କାବୁଲ ବାହାରକୁ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବା ଏକ ଜରୁରୀ ଆବଶ୍ୟକତା ପାଲଟିଥିବା ସେ ମନେ କରୁଛନ୍ତି।