ପୂର୍ବ ପରମ୍ପରା ଆଗେ ହାର ମାନିଲା ପ୍ରଶାସନ! ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ
ବଲାଙ୍ଗିର : ବଲାଙ୍ଗିର ଜିଲା ଖଇରଗୁଡ଼ାର ଶୁଲିଆ ପୀଠ ପୁଣିଥରେ ରକ୍ତ ରଞ୍ଜିତ ହୋଇଛି। ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଥିଲା। ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ କୁକୁଡ଼ା ବଳି ପଡ଼ିଥିଲା। ଏନେଇ ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ ଫୋର୍ସ ଓ ୧୫ଜଣ ପୁଲିସ ଅଧିକାରୀ ମୁତୟନ ହୋଇଥିଲେ।
ଦେଓଗାଁ ଵ୍ଳକ କୂଳତା ପଡା ପଞ୍ଚାୟତର ଖଇର ଗୁଡ଼ାର ବଡ଼ଖଳା ଓ ସାନଖଳା ଠାରେ ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ମାଟି।ପାରମ୍ପରିକ ରୀତିନୀତି ଅନୁସାରେ ପୁଣି ପଡିଲା ହଜାର ହଜାର ପଶୁ ବଳି। ସୂଚନା ଅନୁଯାୟୀ ଦେଓଗାଁ ବ୍ଲକର ଖଇରଗୁଡ଼ା ଗ୍ରାମର ବଡ଼ଖଳା ଓ ସାନଖଳାରେ କାହିଁ କେଉଁ ପୂର୍ବ କାଳରୁ ଚାଲି ଆସୁଛି ଏହି ଯାତ୍ରା। ପ୍ରତିବର୍ଷ ପୌଷମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଇଥିଲା। ପରେ ଭକ୍ତମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଢା, କୁକୁଡ଼ା, ପାରା ସହ ପୋଢ଼ ବଳି ଦିଆଯାଇଥିଲା। ଦିନ ତମାମ ଏହି ବଳିଯାତ୍ରା ଚାଲିଥିଲା। ଏହି ଯାତ୍ରାକୁ ବଲାଙ୍ଗିର ଜିଲା ସହ କଳାହାଣ୍ଡିର, ନୂଆପଡା,ବରଗଡ଼, ସୋନପୁର, ବୌଦ୍ଧ ସହ ଝାରଖଣ୍ଡ ରାଜ୍ୟରୁ ମାନସିକ ଧାରୀ ମାନେ କରିଥିବା ଏହି ସୁଲିଆ ପୀଠକୁ ଭକ୍ତ ଆସିଥାନ୍ତି।କୋଭିଡ କଟକଣାକୁ ଆଖିଆଗରରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇ ଥିବା ବଲାଙ୍ଗୀର ଏସ୍ ଡି ପି ଓ ତୁଫାନ ବାଗ ସୂଚନା ଦେଇଛନ୍ତି lନିଜେ ମଧ୍ୟ ସୁଳିଆ ପିଠରେ ରହି ସ୍ଥିତି ଅନୁଧ୍ୟାନ କରୁଥିଲେ।ମାନସିକ ଧାରି ମାନେ ଝିପି ଝିପି ଵର୍ଷା ହେଉଥିଲେ ମଧ୍ୟ ପ୍ରଵଳ ଭିଡ ପରିଲକ୍ଷିତ ହୋଇଥିଲା।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା। ଭିନ୍ନ ଏ ଯାତ୍ରାର ନୀତିନିୟମ। ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି। କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ। ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି। ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ। ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା। କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା। ବିଗତ ଦିନରେ ସାଧାରଣ ଲୋକଙ୍କୁ ବଳି ବିରୋଧରେ ସଚେତନ କରିବା ପାଇଁ କିଛି କିଛି ପଦକ୍ଷେପ ନେଉଥିଲା ଜିଲ୍ଲା ପ୍ରଶାସନ। ହେଲେ ଏଥର ଖାମୋସ। କୌଣସି ଗାଁରେ ସଚେତନ କାର୍ଯ୍ୟକ୍ରମ ହୋଇନାହିଁ। ସେପଟେ ରାତିପାହିଲେ ଶୁଲିଆ ଯାତ୍ରା। ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ସୋମବାର ସକାଳୁ ଅସ୍ତ୍ର ପୂଜା ସରିଛି। ମଝି ରାତିରେ ନିଶି ପୂଜା ହୋଇଛି।