୪୫ ହଜାର ଲାଞ୍ଚ ନେଇ ଅତିରକ୍ତ କାର୍ଯ୍ୟକ୍ରମ ସଞ୍ଚାଳକ ଗିରଫ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଅତିରକ୍ତ କାର୍ଯ୍ୟକ୍ରମ ସଞ୍ଚାଳକ ସୁଶାନ୍ତ କୁମାର ଦାସ ଜନୈକ ଗ୍ରାମ ସାଥୀଙ୍କ ନବୀକରଣ କାର୍ଯ୍ୟର ପ୍ରଥମ କିସ୍ତି ଟଙ୍କା ରିଲିଜ କରିବା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ସାକ୍ଷୀମାନଙ୍କ ଉପସ୍ଥିତିରେ ଏହି ଲାଞ୍ଚ ଟଙ୍କା ତାଙ୍କଠାରୁ ଜବତ କରାଯାଇଛି । ଏମଜିଏନଆରଇଜି ସ୍କିମରେ ଏକ ନବୀକରଣ କାର୍ଯ୍ୟର ପ୍ରଥମ କିସ୍ତି ବାବଦ ଟଙ୍କା ପ୍ରଦାନ ପାଇଁ ଶ୍ରୀ ଦାସ ଏହି ପରିମାଣର ଅର୍ଥ ଦାବି କରିଥିଲୋ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଅସୁରଲା ଗ୍ରାମରେ ଥିବା ଶ୍ରୀ ଦାସଙ୍କ ପୈତୃକ ଗୃହରେ ଭିଜିଲାନ୍ସ ପକ୍ଷରୁ ଚଢଉ କରଯାଇଛି ।