ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ରାନୀ ମୁଖାର୍ଜୀ !
ମୁମ୍ବାଇ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ । ରାନୀ ଦୀର୍ଘ ଦିନ ଧରି ଲାଇମଲାଇଟରୁ ଦୂରେଇ ରହିଥିଲେ । ତାଙ୍କୁ ଶେଷ ଥର ପାଇଁ କରଣ ଜୋହରଙ୍କ ୫୦ତମ ଜନ୍ମଦିନରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାନୀ ମୁଖାର୍ଜୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଗର୍ଭବତୀ ଥିବାର ଅନୁମାନ କରାଯାଉଛି ।
ଏହି ଭିଡିଓ ଅନୁସାରେ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରକୁ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ରାନୀ । ମନ୍ଦିରରୁ ବାହାରକୁ ଆସୁଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ରାନୀ ମୁଖାର୍ଜୀ ଏକ ସବୁଜ ରଙ୍ଗର ସାଲୱାର ସହ ଗୋଲାପୀ ରଙ୍ଗର ଓଢଣୀରେ ବହୁତ ସୁନ୍ଦର ଦେଖାଯାଉଥିଲେ। କିନ୍ତୁ ତାଙ୍କର ଏହି ଭିଡିଓ ଦେଖିଲେ ଲାଗୁଛି କି ତାଙ୍କ ଚାଲିଚଳନ କିଛି ଅଲଗା କହୁଛି । ରାନୀଙ୍କ ବେବି ବମ୍ପକୁ ଦେଖି ଏବେ ନା ନା କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି କି ବୋଧ ହୁଏ ରାନୀ ଦ୍ବିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି । କହିବାକୁ ଗଲେ, ରାନୀ ମୁଖାର୍ଜୀ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ତାଙ୍କ କ୍ୟାରିୟରରେ ବ୍ଲକ୍ବଷ୍ଟର ଫିଲ୍ମ ଦେଇଛନ୍ତି। ହେଲେ ବିବାହ ଏବଂ ଝିଅ ହେବା ପରେ ଫିଲ୍ମ ଦୂନିଆରୁ ଦୂରେଇ ଯାଇଥିଲେ।