ବାହାର ରାଜ୍ୟରୁ ଜଳପଥ ଦେଇ ଓଡ଼ିଶା ଭିତରେ ପ୍ରବେଶ ଉପରେ ଲାଗିଲା ରୋକ୍
ଭୁବନେଶ୍ୱର : ବାହାର ରାଜ୍ୟରୁ ଜଳପଥ ଦେଇ ଓଡ଼ିଶା ଭିତରେ ପ୍ରବେଶ ଉପରେ ଲାଗିଲା ରୋକ୍ । ବାହାର ରାଜ୍ୟରୁ ଜଳପଥ ଦେଇ କୌଣସି ବୋଟ୍ କିମ୍ବା କୁଲି ଡଙ୍ଗାକୁ ପ୍ରବେଶ ନିଷେଧ କରାଯାଇଛି । ରାଜ୍ୟରେ ଥିବା ମେରାଇନ ଥାନା ଅଧୀନରେ ଗଠନ ହୋଇଛି ସାଗର ରକ୍ଷକ ଟିମ୍ । ପାଖାପାଖି ଗାଁର ଯୁବଗୋଷ୍ଠୀଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି । ଜଳପଥରେ କୌଣସି ଗାଁକୁ ଲୋକ ଆସିଲେ ନିକଟସ୍ଥ ମେରାଇନ ଥାନାକୁ ଜଣାଇବେ । ମେରାଇନ ଅଞ୍ଚଳରେ ରାତିରେ ମଧ୍ୟ ହେବ ପାଟ୍ରୋଲିଂ । କୋଷ୍ଟାଲ ପାଟ୍ରୋଲିଂ ଟିମ୍ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ତଟ ସୁରକ୍ଷା ଓ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।