କାଞ୍ଜିପାଣି ଘାଟିରେ ଟ୍ରକ ଓଲଟି ଜଣେ ମୃତ
![](https://thetruths.in/wp-content/uploads/2022/04/Road-Accident-1024x569.jpg)
ତେଲକୋଇ : କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ରେ କାଞ୍ଜିପାଣି ଘାଟି ପାଖ ବରାହାଦେଵତାରେ ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଯେ, କେନ୍ଦୁଝରରୁ ଲୁହାପଥର ବୋଝେଇକରି ଟ୍ରକ (ନଂ. ଟିଏସଓ୦୭ୟୁଇ-୩୯୭୮) ଜାତୀୟ ରାଜପଥ ୪୯ରେ ସମ୍ବଲପୁର ଆଡ଼କୁ ଯାଉଥିବାବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ ବାରାହା ଦେବତା ପାଖରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା। ଫଳରେ ଚାପିହୋଇ ରମେଶ ନାମକ ଟ୍ରକ କର୍ମଚାରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତୁର୍କୀଶ ମଲ୍ଲିକ ନାମକ ଆଉଜଣେ ଟ୍ରକ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କର ଘର ହାଇଦ୍ରାବାଦ ବୋଲି ପ୍ରାଥମିକ ସୂଚନା ମିଳିଛି।