ଜାଲ ନୋଟ କାରବାର ଅଭିଯୋଗରେ ରେଳବାଇ କିରାଣୀ ଗିରଫ, ୫୭ ହଜାର ଜାଲ ନୋଟ ଜବତ
ଝାରସୁଗୁଡା : ନକଲି ନୋଟ କାରବାରରେ ସମ୍ପୃକ୍ତଥିବା ଜଣେ ରେଳବାଇ କର୍ମଚାରୀଙ୍କୁ ଆଜି ବ୍ରଜରାଜନଗର ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ବ୍ରଜରାଜନଗର ଅଂଚଳରେ ଏକ ଭଡାଘରେ ରହୁଥିବା ରେଳବାଇ କର୍ମଚାରୀ ରମନ କୁମାର ରଜକ(୩୨) । ପୁଲିସ ରମନଙ୍କୁ ଗିରଫ କରିବାସହ ତାଙ୍କ ଠାରୁ ୫ପିବି୪୧୭୭୮୪ ନମ୍ବର ବିଶିଷ୍ଟ ୫୨ଟି ଏବଂ ୮ଟିଏନ୧୫୭୨୦୧ ନମ୍ବର ବିଶିଷ୍ଟ ୬୨ଟି ମୋଟ ୧୧୪ଟି ନକଲି ୫ଶହ ଟଙ୍କିଆ ନୋଟ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରମନ ବିଲାସପୁରରୁ ଏହି ନକଲି ଟଙ୍କା ଆଣି ସ୍ଥାନୀୟ ଅଂଚଳରେ ପ୍ରଚଳନ କରୁଥିଲା । ଏବିଷୟରେ ଖବର ପାଇ ବ୍ରଜରାଜନଗର ଏସଡିପିଓ ଦୀଲ୍ଲିପ ଦାସ, ଥାନା ଅଧିକାରୀ ନଳିତା ମୋଦୀ, ସବ ଇନ୍ସପେକ୍ଟର ପିକେ ସ୍ୱାଇଁ ରମନ ରହୁଥିବା ଘରେ ଚଢାଉ କରି ନକଲି ଟଙ୍କାସହ ତାକୁ ଗିରଫ କରିଛନ୍ତି । ତେବେ ବିଲାସପୁରରୁ ରମନକୁ ନକଲି ଟଙ୍କା ଦେଉଥିବା ଗ୍ୟାଙ୍ଗର ସମ୍ପର୍କ ମହାରାଷ୍ଟ୍ର୍ରର ନାଗପୁରର ଏକ ଗ୍ୟାଙ୍ଗ ସହିତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ନକଲି ନୋଟର ବ୍ୟାପାର କରୁଥିବା ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ୍ଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।