ହାଇଦରର ସହଯୋଗୀ ୟାକୁବ୍ ଗିରଫ
କଟକ : ହାଇଦରର ସହଯୋଗୀ ୟାକୁବ୍ ଓରଫ୍ ସଲ୍ଲୁ ଖାଁ । ୟାକୁବ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ଗ୍ୟାଙ୍ଗଷ୍ଟର ହାଇଦର ସହ ସମ୍ପର୍କ ରଖିବା ଓ ତାକୁ ବିରିୟାନୀ ଯୋଗାଇବା ମହାଙ୍ଗା ପଡିଲା । ସେହିପରି ଆଜି ୟାକୁବ୍କୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି । ଗତ ସୋମବାର ଚାଉଳିଆଗଞ୍ଜ ଥାନାକୁ ଆସି ୟାକୁବ୍ ଆତ୍ମସମର୍ପଣ କରିଥିଲା । ଏସସିବି ମେଡିକାଲରେ ଚିକିତ୍ସିତ ଥିବା ସମୟରେ ହାଇଦର ପାଇଁ ୩ଥର ବିରିୟାନୀ ନେଇ ଯାଇଥିଲା ୟାକୁବ୍ । ଆତ୍ମସମର୍ପଣ ସମୟରେ ସେ ନିଜେ ଏହାକୁ ସ୍ୱୀକାର କରିଥିଲା।
ସେପଟେ ହାଇଦର ଫେରାର ଘଟଣା ପଛରେ ପରିବାରର ହାତ । ଏନେଇ ସୋମବାର ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ଡ୍ୟୁଟିରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ । ଏସସିବି ମେଡିକାଲରୁ ହାଇଦର ଫେରାର ହେବା ଘଟଣାରେ ତାକୁ ସେଦିନ ଜଗିଥିବା କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି । ହାଇଦରକୁ ଭେଟିବା ଲାଗି ହସ୍ପିଟାଲକୁ ତାଙ୍କ ପରିବାର ଲୋକ ଆସୁଥିଲେ । ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ହାଇଦର ପରିବାର ଲୋକ ମୋ ଉପରେ କୌଣସି ବିଷାକ୍ତ ପଦାର୍ଥ ପକାଇ ଦେବାରୁ ମୁଁ ଅଚେତ ହୋଇ ଯାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ତାଙ୍କ ଏତଲାରେ ଲେଖିଛନ୍ତି । ଏସସିବି ମେଡିକାଲ ସର୍ଜରୀ ୱାର୍ଡ଼ ବାହାରୁ ଏକ କାର୍ରେ ହାଇଦରକୁ ତା’ର ପୁଅ ସମେତ ୪ରୁ ୫ଜଣ ବ୍ୟକ୍ତି ଖସାଇ ନେଇଥିବା କୁହାଯାଉଛି । ହସ୍ପିଟାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରୁ ପୋଲିସ ସେହି କାରର ନମ୍ବର ଜାଣିବାକୁ ଚେଷ୍ଟା କରୁଛି । ଏଥି ସହ ହାଇଦର ସହଯୋଗୀଙ୍କ ଫୋନ୍କୁ ମଧ୍ୟ ଟ୍ରାକିଂ କରାଯାଉଛି । ହାଇଦରକୁ ଧରିବାକୁ ୩୦ଜିଲ୍ଲାର ଏସପିଙ୍କ ଆଲର୍ଟ କରିଛନ୍ତି ପୋଲିସ ଡିଜି । ଏଥିସହ ସାରା ରାଜ୍ୟରେ ଏସଟିଏଫ୍ ଟିମ୍ ସଜାଗ ଥିବା ବେଳେ ତନାଘନା ଚଳାଇଛି ୮ଟି ସ୍ପେଶାଲ ଟିମ୍ । ସେହିଭଳି ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ଯଦି କୌଣସି ସୁରକ୍ଷାକର୍ମୀ ସାମିଲ ଥାନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ହେବ ବୋଲି କହିଥିଲେ ଜେଲ୍ ଡିଆଇଜି ଶୁଭ୍ରକାନ୍ତ ମିଶ୍ର ।