ମନ୍ଦିର ପୂଜକଙ୍କୁ ଦଳିଦେଲା ଦନ୍ତା
ସମ୍ବଲପୁର : ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅନ୍ତର୍ଗତ ସାପ ଲହରା ଅଞ୍ଚଳରେ ଅଘଟଣ । ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଦେଲା ଦନ୍ତା। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପଲହରା ଶିବମନ୍ଦିରର ପୂଜକ ମୁରଲୀଧର ପୂଜାରୀ।
ସୂଚନା ଯେ, ଗତ ମଙ୍ଗଳବାର ସନ୍ଧ୍ୟାରେ ମୁରଲୀଧର ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ଏହି ସମୟରେ ସାପ ଲହରା ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀକୁ ଦେଖି ମୁରଲୀଧର ଦୌଡ଼ିବାକୁ ଲାଗିଥିଲେ। ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା। ଶେଷରେ ସେ ତଳେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ମୁରଲୀଧରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ନିକଟରେ ଶଙ୍ଖ ଓ ଘଣ୍ଟ ପଡ଼ିଛି। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ବନ ବିଭାଗ ମଧ୍ୟ ପହଞ୍ଚିଛି।