ଗଛ ଉପରେ ବିରାଟ ଅଜଗର, ଦେଖିବାକୁ ଲୋକଙ୍କ ଭିଡ଼
ବାଲେଶ୍ଵର : ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଥିବା ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ଗଛ ଉପରେ ବିରାଟ ଅଜଗର । ଅଜଗରର ଲମ୍ବ ପ୍ରାୟ ୧୫ ଫୁଟ ହେବ ବୋଲି ଜଣାପଡିଛି । ଜାମୁଡିହା ପଞ୍ଚାୟତ ଅଧିନ ରିଙ୍ଗପୁର ଗାଁ ନିକଟରେ ଥିବା ଶାଳଜଙ୍ଗଲରେ ଏହି ବିରାଟକାୟ ସାପଟିକୁ ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ । ପରେ କଥା ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା । ଲୋକ ଗହଳି ହେବାରୁ ସାପଟି ଆହୁରି ଉପରକୁ ଚାଲି ଯାଇଥିଲା । ସାପଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ରହିଥିଲା ।