ସୀମାନ୍ତରେ ଏନକାଉଂଟର ଜଣେ ମହିଳା ମାଓବାଦୀ ମୃତ, ବନ୍ଧୁକ ଜବତ
![](https://thetruths.in/wp-content/uploads/2021/06/naxal-rep-pti.jpg)
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ଓ ଜିଲ୍ଲା ସୁକମା ଜିଲ୍ଲା ସୀମାନ୍ତବର୍ତ୍ତୀ ଅଂଚଳ ଚାନ୍ଦାମେଟା , ପଟେଲପାରା, ଗଡମେପାରା, ଆଣ୍ଡାଲପାରା, ତୁଲସୀ ପାହାଡ଼ ପାୟାରବତ୍ ଏବଂ ଏହାର ଆଖପାଖ ଅଂଚଳରେ କାଙ୍ଗେରଘାଟି ଏରିଆ କମିଟିର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ କୁ ସୂଚନା ମିଳିବା ପରେ ବସ୍ତର ଓ ଦାନ୍ତେୱାଡା ଡିଆରଜି ଟିମ୍, ଜିଲ୍ଲା ପୋଲିସ୍ ଫୋର୍ସ ସୁକମା, ସିଆରପିଏଫ ଯବାନ ମିଳିତ ଅପେରସନ ରେ ଯାଇଥିଲେ କ୍ଷ ଆଜି ସକାଳେ ଚାନ୍ଦମେଟା ଏବଂ ପୟାରବତ ଜଙ୍ଗଲ ମଧ୍ୟରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଂଟର ହୋଇଥିଲା । ଏଥିରେ ଯବାନ ଗୁଳିର ସାମନା କରି ନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ ।ପରେ ଯବାନ ମାନେ ଉକ୍ତ ଅଂଚଳରେ ସର୍ଚିଙ୍ଗ କରିବା ବେଳେ ଜଣେ ମହିଳା ମାଓବାଦୀ ର ଶବ, ଗୋଟିଏ ଏକେ ୪୭ ରାଇଫଲ, ଦୁଇଟି ପିସ୍ତଲ, ୧ ୨ ବୋର ବନ୍ଧୁକଗୋଟିଏ , ଏବଂ ବହୁ ପରିମାଣର ମାଓବାଦୀ ବ୍ୟ ବହୃତ ସାମଗ୍ରୀ ଉଦ୍ଧାର କରିଥିଲେ । ବର୍ତମାନ ଘଟଣା ସ୍ଥଳରେ ସର୍ଚିଙ୍ଗ ଜୋରଦାର ଚାଲିଥିବା ବସ୍ତର ଆଇଜି ପି,ସୁନ୍ଦରରାଜ ସୂଚନା ଦେଇଛନ୍ତି ।