ଏହି ସ୍ଥାନରେ ରଖନ୍ତୁ ଫେଙ୍ଗ୍ସୁଇ ବେଙ୍ଗ, ଦୂର ହେଵ ଘରର ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି
ଫେଙ୍ଗ୍ସୁଇ ବେଙ୍ଗ । ଫେଙ୍ଗ୍ସୁଇରେ ଏମିତି ଅନେକ ଜିନିଷ ଥାଏ, ଯାହାକି ଘରେ ଅଦୃଶ୍ୟ ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା….
* ଫେଙ୍ଗ୍ସୁଇ ବେଙ୍ଗକୁ ମୁଖ୍ୟ କବାଟ ପାଖରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରେନାହିଁ। ଏହା ସହିତ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆସିଥାଏ।
* ରୋଷେଇ ଘର କିମ୍ବା ଟଏଲେଟ୍ ପାଖରେ ଫେଙ୍ଗ୍ସୁଇ ବେଙ୍ଗକୁ ରଖନ୍ତୁ ନାହିଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ।
* ପାଟିରେ କଏନ୍ ଧରିଥିବା କିମ୍ବା କଏନ୍ ଉପରେ ବସିଥିବା ଫେଙ୍ଗ୍ସୁଇ ବେଙ୍ଗ ଘରେ ରଖିବା ଦ୍ବାରା ଘରର ଉତ୍ତରୋତ୍ତର ଉନ୍ନତି ହୋଇଥାଏ।
* ଫେଙ୍ଗ୍ସୁଇ ବେଙ୍ଗକୁ ସିଧାସଳଖ ଭୂମି ଉପରେ ନ ରଖି ଉଚ୍ଚ ସ୍ଥାନରେ ଲାଲ୍ କାଗଜ କିମ୍ବା ଲାଲ୍ ରଙ୍ଗର କପଡ଼ା ଉପରେ ରଖିବା ଉଚିତ।
ସୁଖନିଦ୍ରା ପାଇଁ :
* ପେଙ୍ଗସୁଇ ଅନୁଯାୟୀ ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ
* ସକାରାତ୍ମକ ଶକ୍ତି ଓ ସୁଖନିଦ୍ରା ପାଇଁ ଶୟନକକ୍ଷରେ ଲାଫିଙ୍ଗ୍ ବୁଦ୍ଧଙ୍କ ଏକ ମୂର୍ତ୍ତି ରଖନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ।
* ଶୟନ କକ୍ଷର ରଙ୍ଗ ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ଶୟନ କକ୍ଷର କାନ୍ଥର ରଙ୍ଗ ହାଲ୍କା ରହିବା ସହ ବେଡ଼ସିଟ୍ର ରଙ୍ଗ ଗାଢ଼ ହେବା ଉଚିତ | ଲାଲ୍ ଓ ଗୋଲାପି ରଙ୍ଗର ବେଡସିଟ୍ ସୁନିଦ୍ରା ପାଇଁ ଭଲ ହୋଇଥାଏ।
* ଅତ୍ୟଧିକ ଉଜ୍ଜ୍ୱଳ ଆଲୋକରେ ଶୋଇବା ଦ୍ବାରା ନିଦରେ ବାଧା ଆସିଥାଏ। ତେଣୁ ଶୟନ କନ୍ଧରେ ଜିରୋ ପାୱାର ଲାଇଟ୍ର ପ୍ରୟୋଗ କରନ୍ତୁ।