ଇତିହାସର ଆଇନାରେ ଡିସେମ୍ବର ପଚିଶି
ଅତୀତ ର ଘଟଣା ଗୁଡ଼ିକର କ୍ରମ ବିବରଣୀ କୁ ଇତିହାସ କୁହାଯାଏ। ସମୟ ସ୍ରୋତରେ ଆଜିର ଘଟଣା ଗୁଡ଼ିକ ଆସନ୍ତାକାଲି ପାଇଁ ଇତିହାସ ପାଲଟିଯାଏ । କିଛି ଘଟଣା ଭୁଲି ହୁଏ ତ କିଛି ଭୁଲି ହୁଏ ନାହିଁ । କିଛି ହଜିଯାଏ ତ କିଛି ସ୍ମୃତି ହୋଇ ରହିଯାଏ ଚିରକାଳ କୁ । ଭୁଲିବାକୁ ଇଚ୍ଛା କଲେ ବି ଭୁଲି ହୁଏ ନାହିଁ, ଏହା ବୋଧେ ଭାଗ୍ୟର ବିଡମ୍ବନା । ଅତୀତର କିଛି ଘଟଣା ସହ ଆମେ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ତ ଆଉ କେତେକ ଘଟଣାସହ ଆମେ ପ୍ରେତ୍ୟେକ୍ଷ ଭାବେ ଯୋଡ଼ିତ ନୋହୁଁ କିନ୍ତୁ ଇତିହାସର ଆଇନା କୁ ଚାହିଁଲେ ଅତୀତ ର ଘଟଣାବଳୀ କୁ ସ୍ମୃତି କରି ବଞ୍ଚିବାକୁ ହୁଏ । ଇତିହାସ ର ଆଇନାରେ ଦୃଶ୍ୟମାନ ଘଟଣାବଳୀ କୁ ପାଥେୟ କରି ଭବିଷ୍ୟତ ପାଇଁ ଯୋଜନା କରିବାକୁ ପଡେ। ଇତିହାସ କୁ ଛାଡ଼ି ଆମେ କେବେ ରହିପାରିବା ନାହିଁ । ଏହା ହୀରା ମୋତି ଠାରୁ ବି ମୂଲ୍ୟବାନ । ଏହା ଯେତେ ବାସି ହେଉଥାଏ ସେତେ ସେତେ ବାସୁଥାଏ। ଏହା ଆମ ଅତୀତ ର କଥା କୁହେ। ଏଥିରେ ଆମ ଜାତିର କେତେକେତେ ଅଭୁଲାସ୍ମୃତି ଚିରକାଳ ସାଇତା ହୋଇ ରହିଅଛି । ଇତିହାସ ର ଆଇନାରେ ନିଜର ପ୍ରତିଛବି ଦେଖିଲାବେଳେ ମନେହୁଏ କି ନିଜକୁ ଇତିହାସ ରେ ସାମିଲ କରିବା ପାଇଁ।
ଇତିହାସ ର ଆଇନାରେ ଡିସେମ୍ବର ୨୫ ତାରିଖ ଟି ଅନେକ ସ୍ୱତନ୍ତ୍ରତା ବହନ କରେ । ଖ୍ରୀଷ୍ଟ ଧର୍ମାବଲମ୍ବୀ ଙ୍କ ମତରେ ଡିସେମ୍ବର ୨୫ ତାରିଖ କୁ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଏ । ଏହି ଦିନ ଧରାବତରଣ କରନ୍ତି ପ୍ରଭୁ ଯୀଶୁ । ବିଶ୍ୱାସ ଅନୁସାରେ ଠିକ୍ ମଧ୍ୟରାତ୍ରି ରେ ରେ ଗୁହାଳ ଭିତରେ ମଦର ମେରୀ ଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ତାଙ୍କର ଜନ୍ମର ଶୁଭଲଗ୍ନ ରେ ଅଧିକାଂଶ ପୃଥିବୀ ଉତ୍ସବ ମୁଖର । ସବୁଆଡେ ବିବିଧ ପ୍ରକାରର ସାଜସଜ୍ଜା ଓ ସୁଦୃଶ୍ୟ ଆଲୋକମାଳା | ଏହି ଦିନ, ଲୋକମାନେ ସେମାନଙ୍କର ଖ୍ରୀଷ୍ଟମାସ ଗଛ ସ୍ଥାପନ ଏବଂ ସଜାନ୍ତି ଏବଂ ନିଜ ଘରର ସଜାନ୍ତି, ଅନେକ ଲୋକଙ୍କର ପରିବାର ସମାବେଶ ହୋଇଥାଏ ଏବଂ ଅନେକ ଲୋକ ନିଜ ପ୍ରିୟ ଲୋକଙ୍କ ପାଇଁ ଉପହାର ଆଣିଥାନ୍ତି | ଲୋକମାନେ ଖ୍ରୀଷ୍ଟମାସ ଦିନର ସପ୍ତାହରେ ନିଜର ଖ୍ରୀଷ୍ଟମାସ ପ୍ରସ୍ତୁତି ଆରମ୍ଭ କରନ୍ତି | ଯେଉଁମାନେ ଉତ୍ସବ ପାଳନ କରନ୍ତି, ସେମାନଙ୍କ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ସ୍ୱତନ୍ତ୍ର ରାତ୍ରୀ ଭୋଜନ ମଧ୍ୟ ଆୟୋଜନ କରନ୍ତି ଏବଂ ବିଭିନ୍ନ ଉତ୍ସବର ସାମଗ୍ରୀ ପ୍ରସ୍ତୁତ କରନ୍ତି | ଶିଶୁ ଏବଂ ଅନ୍ୟାନ୍ୟ ଲୋକ ସାଣ୍ଟା କ୍ଲଜରେ ବିଶ୍ୱାସ କରନ୍ତି, ଯାହା ପିତା ଖ୍ରୀଷ୍ଟମାସ ଭାବରେ ମଧ୍ୟ ଜଣାଶୁଣା, ଯିଏ ପିଲାମାନଙ୍କର ତାଲିକା ପ୍ରସ୍ତୁତ କରନ୍ତି ଏବଂ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଭଲ କିମ୍ବା ଦୁଷ୍ଟ ଶ୍ରେଣୀଭୁକ୍ତ କରନ୍ତି ଏବଂ ଭଲ ଆଚରଣ କରୁଥିବା ପିଲାମାନଙ୍କ ପାଇଁ ଉପହାର ଆଣିବାକୁ କୁହାଯାଏ | ଖ୍ରୀଷ୍ଟମାସ ସାଧାରଣତଃ ବିଶ୍ୱବ୍ୟାପୀ ଏକ ଜାତୀୟ ଛୁଟି ଭାବରେ ପାଳନ କରାଯାଏ ଏବଂ ସମସ୍ତଙ୍କ ଦ୍ୱାରା ବର୍ଷର ସର୍ବୋତ୍ତମ ସମୟ ଭାବରେ ବିବେଚନା କରାଯାଏ | ଖ୍ରୀଷ୍ଟ ଧର୍ମାବଲମ୍ବୀ ନହେଲେ ବି ପୃଥିବୀର ଅଗଣିତ ନରନାରୀଙ୍କ ଯୀଶୁଙ୍କ ମହନୀୟ ବ୍ୟକ୍ତିତ୍ବର ଜଣେ ଜଣେ ବିମୁଗ୍ଧ ସ୍ତାବକ | ଆଜି ଅଗଣିତ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀମାନେ ପବିତ୍ର କ୍ରଶ୍କୁ ହୃଦୟରେ ଲଗାଇରଖି ବଂଚିବାର ପ୍ରେରଣା ଓ ସାମର୍ଥ୍ୟ ପାଉଥିବାର ଦେଖିଲେ ମାନବଜାତିର ଉଦ୍ଧାର ପାଇଁ କ୍ରଶ୍ ଉପରେ ଯୀଶୁଙ୍କର ଆତ୍ମୋତ୍ସର୍ଗର ଦୃଶ୍ୟ ମାନସପଟ୍ଟରେ ଭାସିଉଠେ | ଯୀଶୁଙ୍କର ମାନବ ଜାତିକୁ ଦିଗ୍ ଦର୍ଶନ ଓ ଆଶାର ନୂଆ ଆଲୋକ ପ୍ରଣିଧାନଯୋଗ୍ୟ । ଏହି “ବୃହତ୍ତର ମାନବ”ଙ୍କର ଜନ୍ମ ଦିବସକୁ ଯଥାର୍ଥ ରେ “ବଡଦିନ” ବୋଲି ନାମିତ କରାଯାଇଛି ।
୧୯୨୪ ମସିହା ଠିକ୍ ଆଜିର ଦିନରେ ( ଡିସେମ୍ବର ୨୫) ଭାରତର ଅନ୍ୟତମ ଲୋକପ୍ରିୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମ ଗ୍ରହଣ କରିଥିଲେ । ଜଣେ ଧୂରୀଣ ସାଂସଦ ଭାବେ ଶ୍ରୀ ବାଜପେୟୀଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ କାଳ ବ୍ୟାପ୍ତ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବା ବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ । ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ । ଦେଶପ୍ରତି ତାଙ୍କର ନିଃସ୍ଵାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଓ ଦୀର୍ଘ ଅର୍ଦ୍ଧଶତାବ୍ଦୀ ରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପତି ତାଙ୍କର ସେବାକୁ ସ୍ଵୀକୃତି ପ୍ରଦାନ ପୂର୍ବକ ତାଙ୍କୁ ୧୯୯୨ ମସିହାରେ ଭାରତର ଦ୍ଵିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ “ପଦ୍ମବିଭୂଷଣ” ଉପାଧିରେ ଭୂଷିତ କରାଗଲା । ୧୯୯୪ ମସିହାରେ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଓ ୨୦୧୪ ରେ ଭାରତର ସର୍ବୋଚ୍ଚ ସମ୍ମାନ “ଭାରତରତ୍ନ” ଉପାଧି ତାଙ୍କୁ ପ୍ରଦାନ କରାଗଲା । ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ଜଣେ ଦୃଢ଼ ପ୍ରବକ୍ତା ଭାବେ ଶ୍ରୀ ବାଜପେୟୀ ସଦାବେଳେ ଭାରତର ପ୍ରଗତି ଓ ବିକାଶରେ ବିଶ୍ୱାସୀ । ଭାରତ କିଭଳି ଦୃଢ଼ ସମୃଦ୍ଧ ଭାବେ ବିଶ୍ୱ ସମୁଦାୟ ଓ ବୈଶ୍ୱିକ ସଂଗଠନ ମାନଙ୍କରେ ତାର ଉପଯୁକ୍ତ ସ୍ଥାନ ପାଇପାରିବ ଏହି ଚିନ୍ତାଧାରାରେ ସେ ଜଣେ ପ୍ରମୁଖ ପ୍ରବକ୍ତା । ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ନିରବି ଯାଇଥିଲେ ବାଜପେୟୀ। ୯୩ବର୍ଷ ବୟସରେ ସେହି ମହାନ ପୁରୁଷଙ୍କର ଦେହାନ୍ତ ହେଲା।ମାତ୍ର ଜଣେ ମହାନ ବକ୍ତା, ଜଣେ ଅଜାତଶତ୍ରୁ , ଲୋକତନ୍ତ୍ରିକ ମୂଲ୍ୟର ବାହକ, ରାଷ୍ଟ୍ରବାଦୀ କବି, କୁଶଳ ପ୍ରଶାସକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏ ଦେଶ ଚିରଦିନ ପାଇଁ ମନେ ରଖିବ।
ମଦନ ମୋହନ ମାଲବ୍ୟ ୧୮୬୧ ମସିହା ଠିକ୍ ଆଜିର ଦିନରେ (ଡିସେମ୍ବର ୨୫) ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ମହାନରାଷ୍ଟ୍ର ଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାମାଜିକ ସଂସ୍କାରକ, ଅନେକ ସମ୍ବାଦପତ୍ରର ସମ୍ପାଦକ, ଆଇନଜିବୀ ଏବଂ ଓଜସ୍ୱୀ ବକ୍ତା ଥିଲେ । ସେ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ । ସେ ସର୍ବଦା ଶିକ୍ଷା ର ରୂପ ବିସ୍ତାର ଉପରେ ଗୁରୁତ୍ବ ଦେଉଥିଲେ । ୧୯୧୬ ମସିହାରେ ବାରାଣସୀ ଠାରେ ଏସିଆ ମହାଦେଶ ର ସର୍ବବୃହତ ଆବାସିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରି ନିଜର ଶିକ୍ଷା ପ୍ରତି ଥିବା ଅହେତୁକ ଭଲ ପାଇବାକୁ ଦେଶବାସୀ ଙ୍କୁ ଭେଟି ଦେଇଥିଲେ । ୧୯୧୯ ମସିହାରେ ରେ ସେ ଏହି ବିଶ୍ଵବିଦ୍ୟାଳୟ ର କୁଳପତି ରୂପେ ଦାୟିତ୍ଵ ଭାର ଗ୍ରହଣ କରିଥିଲେ । ୧୮୮୦ରେ ସେ ପ୍ରତିଷ୍ଠା କରିଥିଲେ ହିନ୍ଦୁ ସମାଜ । ସନାତନ ଧର୍ମର ମହାନତାର ପ୍ରସାର ସହ ସାମାଜିକ ସଂସ୍କାର କାର୍ଯ୍ୟରେ ନିୟୋଜିତ ମାଲବ୍ୟ ବିଭିନ୍ନ ସଂଗଠନ ପ୍ରତିଷ୍ଠା କରିଥିଲେ ଏବଂ ଅନେକ ପତ୍ରିକାର ସମ୍ପାଦନା କରିଥିଲେ । ଆଇନଜୀବୀ ହିସାବରେ ମଧ୍ୟ ମାଲଭିୟା ଙ୍କ ଅବଦାନ ଅବର୍ଣ୍ଣନୀୟ । ଚୌରି ଚୌରା କାଣ୍ଡରେ ୧୭୭ ଜଣ ଭାରତୀୟଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦିଆ ଯାଇଥିଲେ ମଧ୍ୟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଶତାଧିକ ଭାରତୀୟଙ୍କ ଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ଦେଇଥିଲେ ।
ସମ୍ମାନରେ ତାଙ୍କୁ ପଣ୍ଡିତ ମଦନ ମୋହନ ମାଲବ୍ୟ ଓ ମହାମନା ବୋଲି ସମ୍ବୋଧନ କରାଯାଉଥିଲା । ମହାତ୍ମା ଗାନ୍ଧୀ ତାଙ୍କୁ ସବୁବେଳେ ଜ୍ଞାନର ର ମହାସାଗର ତଥା ନିଜର ଆଧ୍ୟାତ୍ମିକ ଗୁରୁ ରୂପେ ସମ୍ବୋଧନ କରୁଥିଲେ । ୨୪ ଡିସେମ୍ବର ୨୦୧୪ ମସିହାରେ ତତ୍କାଳୀନ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମାଲଭିୟା ଙ୍କୁ ମରଣତ୍ତର ଭାବେ ଭାରତରତ୍ନ ପ୍ରଦାନ କରିଥିଲେ । ୧୨ ନଭେମ୍ୱର ୧୯୪୬ ମସିହାରେ ତାଙ୍କର ମହାପ୍ରୟାଣ ଘଟିବା ସହ ଶିକ୍ଷା ଜଗତରୁ ଅପସରି ଗଲେ ଜଣେ ଉଜ୍ଜ୍ବଳ ଜ୍ୟୋତି।
ଇତିହାସ ର ଆଇନାରେ ଡିସେମ୍ବର ୨୫ ର ସ୍ୱତନ୍ତ୍ରତା ଏଇଆ ଯେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ କୁ ସାରା ବିଶ୍ବ ଆନନ୍ଦ ଉଲ୍ଲାସ ରେ ପାଳନ କରୁଥିବା ବେଳେ ଭାରତରେ ଜନ୍ମ ନେଇଥିଲେ ଦୁଇ ଭାରତ ରତ୍ନ । ଏହା ଏକ ବିରଳ ସଂଯୋଗ ଯେ ଦୁଇ ଭାରତରତ୍ନ ଙ୍କ ଜନ୍ମ ଗୋଟିଏ ଦିନରେ ହିଁ ହୋଇଥିଲା।